ବାହାଘରକୁ ମଜା କରିବାକୁ ଆସିଥିଲେ ହେଲେ ପୋଖରୀ ଗାଧୁଆ ହେଲା କାଳ

ଜଳେଶ୍ୱର (କେନ୍ୟୁଜ୍‌) : ମଜା ପାଲଟିଗଲା ସଜା । ବାହାଘରରେ ମଜା କରିବାକୁ ଅସିଥିବା ଝିଅଟି ମୃତ୍ୟୁ ମୁଖରେ ପଡ଼ିଗଲା । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁଂ ଗାଁରେ ଘଟିଛି ଏହି ଘଟଣା । ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକାର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି ।

ସୂଚନା ଅନୁଯାୟୀ ରେମୁଂ ଗାଁର ବିଦ୍ଯାଧର ଜେନାଙ୍କ ପୁଅ ବାହାଘରର ଆଜି ଭୋଜି ଥିଲା । ତେଣୁ ତାଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ । ଘରେ ସମସ୍ତେ ଅନ୍ଯ କାମରେ ବ୍ଯସ୍ତ ଥିଲା ବେଳେ ତିନି ଜଣ ନାବାଳିକା ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଚାଲି ଯାଇଥିଲେ । ପୋଖରୀରେ ଗାଧୋଇବା ସମୟରେ ଅସାବଧାନତାରୁ ତିନି ଜଣ ଯାକ ପାଣିରେ ବୁଡି ଯାଇଥିଲେ । ଘର ଲୋକେ ଖୋଜାଖୋଜି କରିବାରୁ ସେମାନଙ୍କୁ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ । ଅନ୍ଯ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.