ଅସାବଧାନତା ନେଲା ଜୀବନ, ପୋଖରୀରେ ବୁଡ଼ି ରାଜାର ମୃତ୍ୟୁ

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ପଂଚାୟତ କୁସୁନପୁର ଗ୍ରାମର ମଦନ ମଲିକଙ୍କ ପୁଅ ରାଜା । ଘର ପାଖର ଏକ ପୋଖରୀକୁ ଗାଧେଇବାକୁ ଯାଇଥିଲା ବେଳେ ସେଠି ଗୋଡ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି । ଗ୍ରାମବାସୀ ତାକୁ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବିଂଝାରପୁର ପୋଲିସ ପହଞ୍ଚି ଶବ ବ୍ଯବଚ୍ଛେଦ ପାଇଁ ଯାଜପୁର ମୁଖ୍ଯ ଚିକିତ୍ସାଳୟକୁ ପଠାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.