ରାଜଧାନୀରେ ନିଶା ମାଫିଆକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର :  ରାଜଧାନୀରେ ପୁଣି ଏନକାଉଣ୍ଟର । ନିଶା ମାଫିଆ ଶେଖ୍ ଜମଶେଦକୁ ଏନ୍ କାଉଣ୍ଟର ହୋଇଛି । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି । ଜୟଦେବ ବାଟିକା ନିକଟରେ କମିଶନରେଟ ପୋଲିସର ସ୍ପେସଲ କ୍ରାଇମ୍ ୟୁନିଟ ଏନକାଉଣ୍ଟର କରିଛି ।  ତା ଦେହରେ ୨ଟି ଗୁଳି ବାଜିଛି । ଜମଶେଦ ନିକଟରୁ ୨୦୦ଗ୍ରାମ ବ୍ରାଉନ ସୁଗର, ବନ୍ଧୁକ ଓ ବାଇକ ଜବତ ହୋଇଛି।

ଏହି ନିଶା ମାଫିଆ ନାଁରେ ପୂର୍ବରୁ ଲାଲ ବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଗିରଫ ମଧ୍ୟ ହୋଇଥିଲା । ବିଳମ୍ବିତ ରାତିରେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ପିଛା କରୁଥିଲା ସ୍ପେଶାଲ କ୍ରାଇମ ୟୁନିଟ୍‌ । ନିଜକୁ ବଞ୍ଚାଇବାକୁ ଯାଇ ଶେଖ ଜାମସେଦ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଜବାବରେ ଅଭିଯୁକ୍ତର ଗୋଡ଼ରେ ଦୁଇଟି ଗୁଳି ବାଜିଛି ।

ଆହୁରି ପଢ଼ନ୍ତୁ : କମିଶନରେଟ୍ ପୋଲିସକୁ ବଡ଼ ସଫଳତା, ୬ ଚେନ୍ ଲୁଟେରାଙ୍କୁ ଧରିଲା