ଚାରା ବୋଝେଇ ଟ୍ରକ୍ରୁ ୧ ଟନ୍ ଗଂଜେଇ ଜବତ: ଜଣେ ଗିରଫ, ଜଣେ ଫେରାର

ଲମତାପୁଟ : କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ନିମ୍ବ ଚାରା ବୋଝେଇ ଗାଡ଼ିରୁ ୧ ଟନ୍ ଗଂଜେଇ ଜବତ ହୋଇଛି । ଏଥିରେ ଜଣେ ଗିରଫ, ଜଣେ ଫେରାର ହୋଇଯାଇଛି ।
ସୂଚନା ଅନୁସାରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ଥାନା ପୋଲିସ ରାସ ଅଫିସ୍ ନିକଟରେ ନାକା ବନ୍ଦୀ କରି ଜଗି ରହିଥିଲା । ଏହି ସମୟରେ ବିପରୀତ ଦିଗରୁ ଏକ ରାଜସ୍ଥାନ ରେଜିଷ୍ଟ୍ରେସନ୍ ନଂ ଆଇଚର ଗାଡ଼ି ଆସିଥିଲା । ଗାଡ଼ିକୁ ଅଟକାଇ ଯାଞ୍ଚ ବେଳେଡାଲା ଭିତରେ ନିମ୍ବ ଚାରା ସହିତ ବିପୁଳ ପରିମାଣରେ ଗଞ୍ଜେଇ ଦେଖିବାକୁ ମିଳିଥିଲା । ଜବତ ୧ ଟନ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ । ଏହି ଗଞ୍ଜେଇ ସ୍ଥାନୀୟ ବୁଡିଂ ଗାଁରୁ ରାଜସ୍ଥାନକୁ ଚାଲାଣ କରା ଯାଉଥିଲା ବୋଲି ଜଣା ପଡ଼ିଛି । ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗାଡ଼ି ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛି । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ : ଗଭୀର ସମୁଦ୍ରରୁ ବୋଟ ସହ ୧୪ ଅଟକ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗୁଆ ଜବତ