କିଟ୍‌ ଏନ୍‌ଏସ୍‌ଏସ୍‌ ବିଭାଗ ତରଫରୁ ଅନୁଷ୍ଠିତ ହେଲା ଡ୍ରଗ୍‌ ଆବ୍ୟୁଜ ଆଣ୍ଡ ପ୍ରିଭେନସନ କାର୍ଯ୍ୟକ୍ରମ, ଯୁବପିଢୀଙ୍କୁ ଡ୍ରଗ୍ସର ନକାରାତ୍ମକ ପ୍ରଭାବର ସଚେତନ କରାଇବା ଏହାର ଲକ୍ଷ୍ୟ

କେନ୍ୟୁଜ୍(ବ୍ୟୁରୋ):କିଟ୍‌ ଏନ୍‌ଏସ୍‌ଏସ୍‌ ବିଭାଗ ତରଫରୁ କିଟ୍‌ କ୍ୟାମ୍ପସରେ ଥିବା ଆର୍କିଟେଚର ଅଡିଟୋରିୟମ୍‌ରେ ଡ୍ରଗ୍‌ ଆବ୍ୟୁଜ ଆଣ୍ଡ ପ୍ରିଭେନସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଇଷ୍ଟର୍ଣ୍ଣ ଏନ୍‌ଆଇଏସ୍‌ଡି ଦିଲ୍ଲୀର ପ୍ରୋଜେକ୍ଟ ମ୍ୟାନେଜର ପ୍ରେରଣା, ରିଜିଓନାଲ ଡାଇରେକ୍ଟର ସରିତା ପଟେଲ , କିଟ୍‌ ଏନଏସଏସ୍‌ ବ୍ୟୁରୋର ପ୍ରୋଗ୍ରାମ କୋଅର୍ଡିନେଟର ଡକ୍ଟର କାଜଲ ପରାସର, କିଟ୍‌ ଷ୍ଚୁଡେଣ୍ଟ କାଉନସେଲିଙ୍ଗ ଡାଇରେକ୍ଟର ଡଃ ସୁଚେତା ପ୍ରିୟବାଦିନୀ, କିଟ୍‌ ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‌ ସ୍କୁଲ ଅଫ୍‌ ବାଇଓ-ଟେକ୍ନୋଲୋଜିର ପ୍ରୋଗ୍ରମ ଅଫିସର ଡ. ପ୍ରଭାତ କୁମାର ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ । ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ଡ୍ରଗ୍ସର ନକାରାତ୍ମକ ପ୍ରଭାବ ଉପରେ ସଚେତନ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏନେଇ ଅତିଥିମାନେ ସେମାନଙ୍କର ମତାମତ ରଖିଥିଲେ ।

 

 

You might also like