ଡ୍ରଗ୍ସ ମାଫିଆ ଏସ୍. କେ. ରାଜାର ବାଲେଶ୍ୱର ଘରେ ଚଢାଉ, ଧୀରେ ଧୀରେ ଖୋଲୁଛି ନେଟୱାର୍କ

ବାଲେଶ୍ୱର (କେନ୍ୟୁଜ୍) : ଡ୍ରଗ୍ସ ମାଫିଆ ଏସ୍. କେ. ରାଜାର ବାଲେଶ୍ୱର ଘରେ ଚଢାଉ । କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ୫ ଜଣିଆ ଟିମ୍ ରାଜା ଘରେ ଚଢାଉ କରିଛନ୍ତି । ଡ୍ରଗ୍ସ କାରବାରର କିଙ୍ଗପିନ୍ ଏସ୍. କେ. ରାଜା ଗିରଫ ହେବା ପରେ ଖୋଲୁଛି ତାର ନେଟଓ୍ଵାର୍କ । ରାଜା ଲିଙ୍କରେ ଜଣେ ସହଯୋଗୀ ମୀନା ଓରଫ୍ ହସିନାକୁ ଗିରଫ କରାଯାଇଛି । ସେହିପରି ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଅନ୍ତଃରାଷ୍ଟ୍ରୀୟ ବ୍ରାଉନ୍ ସୁଗାର ବେପାରୀ ରାଜାର କାରବାର ଓଡ଼ିଶା ସମେତ ୫ଟି ରାଜ୍ୟରେ ଥିବା ବେଳେ ଦେଶ ବାହାରେ ନେପାଳ ଓ ବାଂଲାଦେଶରେ ମଧ୍ୟ ରହିଛି । ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱର, ଖୋର୍ଦ୍ଧା ଓ ଛତିଆ ଅଞ୍ଚଳକୁ ପଠାଇଥାଏ । ରାଜ୍ୟରେ ଚାଲିଥିବା ଧଳା ଜହର କାରବାରର କିଙ୍ଗପିନ୍ ହେଉଛି ଏସ୍. କେ. ରାଜା । ଗତ ସୋମବାର ରାଜାକୁ ଗିରଫ କରିଥିଲା ଏସଟିଏଫ୍ । ତା ନିକଟରୁ ୧୩୦ ଗ୍ରାମର ବାଉନ୍ସୁଗାର ଓ ବନ୍ଧୁକ ଜବତ ହୋଇଥିଲା । ଏବେ ରିମାଣ୍ଡରେ ଆଣି ତାକୁ ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.