କରଞ୍ଜିଆ: ସାମାନ୍ୟ ବଚସାରୁ ବିଭତ୍ସ ହତ୍ୟା । ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ମଦ୍ୟପ ସ୍ୱାମୀ । ଏମିତି ଆଭାନୀୟ ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଆସନକୁଦର ଗାଁର ପୁରୁଣା ଖେଡ଼ିଆ ସାହିରେ । ସ୍ତ୍ରୀ ଟୁନି ଦେହୁରୀର ମୃତ୍ୟୁଦେହ ଘରେ ପଡିଥିବା ବେଳେ ସ୍ୱାମୀ ସୁବୁଦ୍ଧି ଦେହୁରୀକୁ ଅଟକ ରଖିଛି ପୋଲିସ ।
ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ସୁବୁଦ୍ଧି ଦେହୁରୀର କୌଣସି କାରଣରୁ ସ୍ତ୍ରୀ ଟୁନି ସହିତ ବଚସା ଆରମ୍ଭ ହୋଇଥିଲା । ଏଥିରେ ସ୍ୱାମୀ ଉତକ୍ଷିପ୍ତ ହୋଇ ଘର ଭିରରେ ଥିବା ଟାଙ୍ଗିଆ ଆଣି ସ୍ତ୍ରୀ ବେକକୁ ହାଣି ହତ୍ୟା କରିଥିଲା । ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟନସ୍ଥଳରେ ପହଞ୍ଚି ଶବକୁ ଜବତ କରି ସ୍ୱାମୀ ସୁବୁଦ୍ଧିକୁ ଆଣି ଥାନାରେ ଅଟକ ରଖି ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ: ଫ୍ଲାଟ୍ କିଣାବିକା ନାଁରେ ମହିଳାଙ୍କୁ ଦୁଷ୍କର୍ମ, ବରମୁଣ୍ଡା ବସଷ୍ଟାଣ୍ଡରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ