ଦୋକାନ ବନ୍ଦ ସତ୍ତ୍ୱେ ଦୁଇ ସପ୍ତାହରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ, ୨୮ ତାରିଖରେ ସର୍ବାଧିକ ବିକ୍ରି

ଭୁବନେଶ୍ବର: ଲକଡାଉନରେ ବନ୍ଦ ରହିଛି ମଦ ଦୋକାନ । ଅନଲାଇନରେ ଚାଲିଛି ଧୂମ କାରବାର । ମଦ ଦୋକାନ ବନ୍ଦ ସତ୍ତ୍ୱେ ବି ୨ ସପ୍ତାହ ମଧ୍ୟରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ ଆଉ ବିୟର। ମେ ୧୭ ତାରିଖରୁ ଜୁନ ୩ ପର୍ଯ୍ୟନ୍ତ ୫୬ ହଜାର ୭୨୯ ଲିଟର ବିଦେଶୀ ମଦ, ୪୮ ହଜାର ୨୦୦ ଲିଟର ବିୟର ଅନଲାଇନରେ ବିକ୍ରି ହୋଇଛି ।

ୟସ୍‌ ବାତ୍ୟାର ଠିକ ପରେ ଅର୍ଥାତ ୨୮ ତାରିଖରେ ସର୍ବାଧିକ ମଦ ବିକ୍ରି ହୋଇଛି । ସେହି ଗୋଟିଏ ଦିନରେ ରାଜଧାନୀବାସୀ ୬ହଜାର ୩୦୦ ଲିଟର ମଦ ଓ ୫ହଜାର ୨୦ ଲିଟର ବିୟର କିିଣିଛନ୍ତି । ମେ ୨୧ ଓ ୨୪ରେ ପ୍ରାୟ ୫ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଛି । ଜୁନ ପହିଲାରୁ ଦୈନିକ ପ୍ରାୟ ୮ ହଜାର ଲିଟର ମଦ ବିକ୍ରି ହେଉଛି । ସ୍ୱିଗି ଓ ମଦ ଦୋକାନ କର୍ମଚାରୀ ଘରେ ଘରେ ମଦ ପହଞ୍ଚାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.