ସାଦା ପୋଷାକରେ ମଦୁଆଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଏଏସଆଇଙ୍କ ଉପରେ ବର୍ଷିଲା ମାଡ଼ର ବର୍ଷା, ଭିଡିଓ ହେଉଛି ଭାଇରାଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ଜଣେ ଏଏସଆଇ ସାଦା ପୋଷାକରେ ମଦୁଆଙ୍କୁ କାବୁ କରିବାକୁ ଯାଇଥିବା ବେଳେ, ଦୁଇ ମଦୁଆଙ୍କ ଠାରୁ ମାଡ଼ ଖାଇଥିବା ସମୟର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ତଳା ଛକରେ ବଲଙ୍ଗ ଗ୍ରାମର ଅଲୋକ ସାହୁ ଓ ମହେଶ କୁମାର ସ୍ବାଇଁ ନାମକ ଦୁଇ ଯୁବକ ମଦ୍ୟପାନ କରି ବନ୍ତଳା ଛକରେ କିଛି ସମୟ ଉତ୍ପାତ କରୁଥିଲେ । ଏନେଇ ସ୍ଥାନୀୟ ଲୋକମାନେ ବନ୍ତଳା ପୋଲିସକୁ ସୂଚନା ଦେଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ବନ୍ତଳା ଥାନାର ଜଣେ ଏଏସଆଇ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ମିନିଟ ପୂର୍ବରୁ ବନ୍ତଳା ଛକରୁ ଦୁଇ ଦୁଇ ଯୁବକ ପୁଣି ମଦ କିଣିବାକୁ ବନ୍ତଳା ଥାନା ଠାରୁ ୧୦୦ମିଟର ଦୂରରେ ଥିବା ମଦ ଦୋକାନକୁ ଯାଇଥିବା ଜାଣି ଏଏସଆଇ ଶ୍ରୀ ସାହୁ ସେଠାରେ ଏକା ସାଦା ପୋଷାକରେ ପହଞ୍ଚିଥିଲେ ।

ଶ୍ରୀ ସାହୁ ହଠାତ ମୋଟରସାଇକେଲରୁ ଚାବି ଛଡାଇ ନେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଶାଶକ୍ତ ଅବସ୍ଥାରେ ଥିବା ଦୁଇ ଯୁବକ ଏଏଏସଆଇଙ୍କୁ ମାଡ଼ ମାରିବା ସହ ଜାବୁଡି ଧରିଥିଲେ । ଯୁବକଙ୍କ କବଳରୁ ରକ୍ଷା ପାଇବାକୁ ପାଇଁ ଶ୍ରୀ ସାହୁ ଚିତ୍କାର କରିବା ସହିତ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ଲୋକମାନେ ସମ୍ପୃକ୍ତ ଦୁଇ ଯୁବକଙ୍କ କବଳରୁ ପୋଲିସ କର୍ମଚାରୀଙ୍କୁ ମୁକୁଳାଇ ଥିଲେ । ତେବେ ଏଭଳି କାଣ୍ଡ କରିଥିବା ଦୁଇ ଯୁବକଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

 

Leave A Reply

Your email address will not be published.