କଟକ-ପାରାଦୀପ ରାସ୍ତାରେ ମଦ୍ୟପର ଉନ୍ମକ୍ତକାଣ୍ଡ, ଯାହାକୁ ଦେଖିଲା ଫାର୍ସା ଧରି ଗୋଡାଇଲା

ପାରାଦୀପ : ରାସ୍ତା ଉପରେ ମଦ୍ୟପଙ୍କ ଉନ୍ମକ୍ତକାଣ୍ଡ । ଯାହାକୁ ଦେଖିଲା ଫାର୍ସା ଧରି ଗୋଡାଇଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଳରାମପୁର ନିକଟସ୍ଥ କଟକ-ପାରାଦୀପ ରାସ୍ତାରେ । ଜଣେ ମଦ୍ୟପ ଯୁବକ ଗତକାଲି ସନ୍ଧ୍ୟାରେ ହଠାତ ଗୋଟିଏ ଫାର୍ସା ଧରି ଲୋକଙ୍କୁ ଗୋଡାଇଥିଲା । ଫଳରେ ରାସ୍ତାରେ କିଛି ସମୟ ପାଇଁ ଯାତାୟତ କରିବାରେ ବାଧା ଉପୁଜିଥିଲା । ପରେ ସ୍ଥାନୀୟ ଲୋକେ ମଦ୍ୟପକୁ କାବୁ କରି କୁଜଙ୍ଗ ପୋଲିସକୁ ହସ୍ତାନ୍ତର କରିଥିଲେ । କୁଜଙ୍ଗ ପୋଲିସ ଫାର୍ସା ଜବତ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ମଦ୍ୟପ ଯୁବକକୁ ଥାନାକୁ ଆଣି ଅଧିକ ପଚରାଉଚରା କରୁଛି ।
ଆହୁରି ପଢନ୍ତୁ : ପିଲା ଚୋରି ଅଭିଯୋଗ, ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଲେ ଗାଁ ଲୋକ