ବିଳମ୍ବିତ ରାତିରେ ଅଘଟଣ: ମଦ୍ୟପାନ କରି କୁଆଖାଇ ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର(କେନ୍ୟୁଜ୍): ବିଳମ୍ବିତ ରାତିରେ ଅଘଟଣ । ମଦ୍ୟପାନ କରି କୁଆଖାଇ ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣକ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବାପି ପଟ୍ଟନାୟକ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହି ଅଞ୍ଚଳରେ ଅଘଟଣ । ନିଶାଗ୍ରସ୍ତ ଅବସ୍ଥାରେ କୂଅକୁ ଡେଇଁ ଯୁବକ ମୃତ । ମୃତକ ସ୍ଥାନୀୟ ଅଞ୍ଚଳର ପ୍ରଭାତ ଦାସ । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ପ୍ରଭାତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.