ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଳାଇବା ପଡିଲା ମହଙ୍ଗା: ଦେଖୁ ଦେଖୁ ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍

ଭୁବନେଶ୍ୱର(କେନ୍ୟୁଜ୍): ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍। ଗତକାଲି ବିଳମ୍ବିତ ରାତିରେ ଇନ୍ଫୋସିଟି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇବା କାରଣରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସୂଚନା ମୁତାବକ, ଗାଡ଼ିରେ ଦୁଇଜଣ ଯୁବକ ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ତେବେ ପୋଲିସକୁ ଦେଖି ଯୁବକ ଦ୍ୱୟ ଦୌଡ଼ି ପଳାଇ ଯାଇଥିଲେ । ଇନ୍ଫୋସିଟି ଥାନା ପକ୍ଷରୁ ଗାଡିଟିକୁ ଥାନାକୁ ନିଆଯାଇଛି। ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି।

Leave A Reply

Your email address will not be published.