ନିଶାରେ ମାତାଲ୍ ପୋଲିସ ବାବୁ, ରାଜରାସ୍ତାରେ ଗାଡ଼ି ଷ୍ଟାର୍ଟ ରଖି ଭିତରେ ଶୋଇପଡ଼ିଛନ୍ତି

ଆରେ ଆରେ ଏ କ’ଣ? ରାସ୍ତା ଉପରେ ଏମିତି ଗାଡି ଷ୍ଟାର୍ଟ କରି କାହିଁକି ସୋଇଛନ୍ତି ଏ ବାବୁ ଜଣକ । ଏ ବାବୁ ଜଣକ ହେଉଛନ୍ତି ଜଣେ ପୋଲିସ କନେଷ୍ଟବଳ । ଦେଖୁନାହାନ୍ତି କେମିତି ନିଘୋଡ଼ ଦିନରେ ସୋଇଛନ୍ତି ସେ ବି ପୁଣି ବିଚ ରାସ୍ତାରେ । ଏ ପୋଲିସ ବାବୁଙ୍କର ହୋଇଛି କଣ? ତାଙ୍କ ଦେହ ଭଲ ନାହିଁ କି? ହଁ ଆଜ୍ଞା, ଏ ଦୃଶ୍ୟ ଦେଖି ଆପଣ ଯେମିତି ଆଶ୍ଚର୍ଯ୍ୟ ହେଉଛନ୍ତି ଆମେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛୁ । କାରଣ ପୁଣି ଖାକିରେ ଲାଗିଛି ଦାଗ । ଜଣେ ପୋଲିସ କର୍ମଚାରୀଙ୍କ ରାସ୍ତା ମଝିରେ ଏପରି ବ୍ୟବହାର ଲୋକଙ୍କୁ ଚକିତ କରିଛି ।
କାରଣ ଜଣେ ପୋଲିସ କର୍ମଚାରୀ ନିଶାରେ ଚୁର୍ ଥିବା ବେଳେ ରାସ୍ତା ଉପରେ ଗାଡି ଷ୍ଟାର୍ଟ କରି ସୋଇପଡିଛନ୍ତି । ଯେଉଁ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଯେଉଁ ପୋଲିସ ବିଭାଗକୁ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାଇ ରଖିବା ସହ ସମାଜକୁ ସୁଧାରିବାକୁ ଦାୟିତ୍ୱ ଦିଆଯାଇଛି । ସେହି ବିଭାଗର ଜଣେ କନେଷ୍ଟବଲ ଜାତୀୟ ରାଜପଥର ମଝି ରାସ୍ତାରେ ମଦ୍ୟପାନ କରି ଗାଡ଼ି ଭିତରେ ନିଘୋଡ଼ ନିଦରେ ସୋଇଛନ୍ତି । ଏଭଳି କିଛ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ିର ଜନ ଗହଳିପୂର୍ଣ୍ଣ ୫୯ ନମ୍ୱର ଜାତୀୟ ରାଜପଥ ଛକ ଉପରେ ।
ଏହିଭଳି କିଛି ପୋଲିସଙ୍କ ପାଇଁ ଆଜି ବଦନାମ ହେଉଛି ସାରା ପୋଲିସ ଡିପାର୍ଟମେଣ୍ଟ । ତେବେ ଆପଣ ଦେଖୁଥିବା ଏ ମାତାଲ କନେଷ୍ଟବଲ ଜଣଙ୍କ ହେଉଛନ୍ତି ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ମନୋରଞ୍ଜନ ସାବତ । ନିଜ କାରକୁ ଷ୍ଟାର୍ଟ କରି ବିଚ ରାସ୍ତାରେ ନିଘୋଡ଼ ନିଦରେ ଶୋଇପଡିଛନ୍ତି । ଫଳରେ ସେହି ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଯାତାୟାତରେ ସମସ୍ୟା ଦେଖା ଦେଇଥିଲା । ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବହୁ ହଇରାଣ ହରକତ ହୋଇଥିଲେ । ତେବେ ଏଘଟଣା ପ୍ରଥମ ନୁହେଁ ।
ପୋଲିସ ବାବୁ ଜଣକ ପୂର୍ବରୁ ମଧ୍ୟ ଏଭଳି ନିଶାସକ୍ତ ଅବସ୍ଥାରେ ମଦ ଦୋକାନ ପାଖରେ ହେଉ ଅବା ରାସ୍ତା କଡ଼ରେ ସୋଇପଡନ୍ତି । ଏହି ଘଟଣା ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି । ହେଲେ ପୋଲିସ ବାବୁ ବୋଲି ଏହାର ପ୍ରତିବାଦ କରିବାକୁ ଲୋକେ ଭୟ କରୁଛନ୍ତି । ଏହାର ଫାଇଦା ନେଇ ପୋଲିସ ବାବୁ ଉପରିସ୍ଥ ଅଧିକାରୀଙ୍କ ମୁହଁ ବନ୍ଦ ରଖିଥାନ୍ତି । କେବଳ ସେତିକି ନୁହଁ ଏହି ପୋଲିସ ବାବୁ ଜଣଙ୍କ ମଦ ସହ ଗଞ୍ଜେଇ ଟାଣି ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ସାଧାରଣରେ ଚର୍ଚ୍ଚା ହୋଇଆସୁଛି ।
ଥାନାରେ ମଧ୍ୟ ସବୁବେଳେ ନିଶାସକ୍ତ ଅବସ୍ଥାରେ ରୁହନ୍ତି । ତେଣୁ କୌଣସି ବି ଥାନାରେ ତାଙ୍କୁ ରଖିବାକୁ ଥାନା ଅଧିକାରୀମାନେ ପସନ୍ଦ କରନ୍ତିନି । ଏଭଳି କି ଏସପି କାର୍ଯ୍ୟାଳୟରେ ମଧ୍ୟ ତାଙ୍କୁ ରଖିବାକୁ କେହି ପସନ୍ଦ କରନ୍ତି ନାହିଁ । ସମାଜରେ ଆଇନର ଶୃଙ୍ଖଳା ରକ୍ଷା କରିବା ଦାଇତ୍ୱରେ ଥିବା କର୍ମଚାରି ଯଦି ଏଭଳି ଆଇନ ଶୃଙ୍ଖଳା ଭାଙ୍ଗିନ୍ତି ତେବେ ସାଧାରଣ ଜନତା କେତେ ମାତ୍ରାରେ ଆଇନର ଶୃଙ୍ଖଳା ରକ୍ଷା କରିବେ ତାହା ଏବେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।