ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ, ଦୁଇ ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଶଙ୍କରାରେ ଆଜି ଜଣେ ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି। ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଏକ ଖଣ୍ଡା ଧରି ଲୋକଙ୍କୁ ଗୋଡାଇ ଗୋଡାଇ ଆତଙ୍କ ଖେଳାଇବା ସହ ଦୁଇ ଜଣଙ୍କୁ ଖଣ୍ଡା ଚୋଟରେ ଆକ୍ରମଣ କରିଛି ।

ମାତ୍ର ମଦ୍ୟପ ଯୁବକର ଖଣ୍ଡାରେ ଶାଣିତ ଧାର ନ ଥିବାରୁ ଆକ୍ରମଣର ଶିକାର ହୋଇଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତିଛନ୍ତି । ତେବେ କିଛି ସ୍ଥାନୀୟ ଯୁବକ ସାହସ ଜୁଟାଇ ସମ୍ପୃକ୍ତ ମଦ୍ୟପକୁ ବାନ୍ଧି ରଖିବା ସହ ଟାଉନ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ମଦ୍ୟପ ଯୁବକକୁ ଗିରଫ କରି ନେବା ସହ ଆହତମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମଦ୍ୟପ ଯୁବକର ନାମ ଚକ୍ର ସା  ବୋଲି ଜଣାପଡିଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

You might also like