ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଭାଙ୍ଗିଦେଲେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନବରଙ୍ଗପୁର : ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ଯୁବକ। ନବରଙ୍ଗପୁର ସହର ସ୍ଥିତ ୧୬ ନମ୍ବର ୱାର୍ଡ ଗାନ୍ଧୀ ନଗର ଅଞ୍ଚଳରେ ଘଟଣା ଘଟିଛି । ଜଣେ ନିଶାସନ୍ତ ଯୁବକ ଆସି ପଥରରେ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିଲା । କେହି ବାରଣ କଲେ ପଥର ଧରି ଗୋଡାଉଥିଲା।  ପୋଲିସ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖିଛି ।

ଏପଟେ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।  ଯୁବକଙ୍କ ବିରୋଧରେ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ କାଉନସିଲର । ଅନ୍ୟପଟେ ତୁରନ୍ତ ନୂତନ ପତିମୂର୍ତ୍ତି ସ୍ଥାପନ କରିବା ଦାବିରେ ଅନଶନରେ ବସିଛନ୍ତି ସହିଦ ସ୍ମୃତି ସଂସଦ ରାଜ୍ୟସଭାପତି ମନୋରଞ୍ଜନ ତ୍ରିପାଠୀ ।

 

ଆହୁରି ପଢ଼ନ୍ତୁ :  ଘରେ କେହି ନଥିବାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କାର ସୁନା ଗହଣା  ଚୋରି