ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବିଚ୍ ରାସ୍ତା ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା

ଜଳେଶ୍ୱର : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା । ବାଲେଶ୍ବର ତାଳସାରୀ ମେରାଇନ ଥାନା ଚନ୍ଦନେଶ୍ବର ମନ୍ଦିର ସମ୍ମୁଖରେ ବରବରିଆ ଗାଁର ଗଙ୍ଗାଧର କର ଯାଉଥିବା ବେଳେ ତାଙ୍କୁ ଶିବଶଙ୍କର ପଣ୍ଡା ଆକ୍ରମଣ କରିଥିଲେ । ରକ୍ତ ଯୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏପଟେ ଆକ୍ରମଣକାରୀ ଯୁବକକୁ ଦଉଡିରେ ବାନ୍ଧି ତାଳସାରୀ ମେରାଇନ୍ ଥାନା ପୋଲିସର ଜିମା ଦେଇଛନ୍ତି ଲୋକେ । ପୋଲିସ ଶିବଶଙ୍କରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

 

ଆହୁରି ପଢ଼ନ୍ତୁ : ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଯାଇଥିଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ, ଶବ ହୋଇ ଗାଁକୁ ଫେରିଲେ