ଜୟଦେବ ବିହାର ରାସ୍ତା ଉପରେ ହଙ୍ଗାମା କଲେ ମଦ୍ୟପ ଯୁବତୀ, ମୋବାଇଲକୁ ପିଟି ଭାଙ୍ଗିଦେଲେ

ନିଶାଶକ୍ତ ଅବସ୍ଥାରେ ପୋଲିସକୁ ଗାଳିମନ୍ଦ କଲେ । ରାସ୍ତାରେ ମୋବାଇଲ ବି ପିଟି ଭାଙ୍ଗିଲେ । ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ଯୁବତୀଙ୍କ ଘର ଯାଜପୁରରେ । ସେ ସହିଦନଗରରେ ହଷ୍ଟେଲରେ ରୁହନ୍ତି ।

ଭୁବନେଶ୍ୱର(କେନ୍ୟୁଜ): ପବ୍‌ରେ ମଦ ପିଇଲେ, ରାସ୍ତା ଉପରେ ହଙ୍ଗାମା କଲେ । ଝୁଲିଝୁଲି ପବ୍‌ରୁ ଓହ୍ଲାଇଲେ, ଯାହାକୁ ଦେଖିଲେ ଗାଳି କଲେ । ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ମଦ୍ୟପ ଯୁବତୀଙ୍କ ଉନ୍ମତକାଣ୍ଡ । ନିଶାଶକ୍ତ ଅବସ୍ଥାରେ ପୋଲିସକୁ ଗାଳିମନ୍ଦ କଲେ । ରାସ୍ତାରେ ମୋବାଇଲ ବି ପିଟି ଭାଙ୍ଗିଲେ । ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ଯୁବତୀଙ୍କ ଘର ଯାଜପୁରରେ । ସେ ସହିଦନଗରରେ ହଷ୍ଟେଲରେ ରୁହନ୍ତି । ହୋଲି ସେଲିବ୍ରେସନ ଆଳରେ ମଦ ପିଇଥିବା ସ୍ୱୀକାର କରିଛନ୍ତି ।