ମାତାଲ ଗାର୍ଡ଼, ଗେଟ୍ ପକାଇଲେ ଯେ ଖୋଲିଲେ ନାହିଁ; ଗେଟ୍ ଖୋଲିଲା ପରେ ଟ୍ରେନ୍ ଆସିଗଲା, ଚୌଦ୍ବାର ଲେଭଲକ୍ରସିଂରେ କଣ ହେଲା ଦେଖନ୍ତୁ
ଚୌଦ୍ବାର (କେନ୍ୟୁଜ୍) : ମାତାଲି ରେଲେଓ୍ଵ ଗେଟ୍ମ୍ୟାନ୍ । ନିଶାରେ ଚୁର୍ ହୋଇ ରେଳ ଫାଟକ ଘଣ୍ଟାଏ ଧରି ଖୋଲିଲେ ନାହିଁ । ନିଶାରେ ନିଜ ଆୟତ୍ତରେ ନଥିଲେ । ତେଣୁ ଗେଟ୍ ଖୋଲିଥାନ୍ତେ ବା କେମିତି ? ଲୋକଙ୍କ ଗାଳି ଓ ଉତ୍ତେଜନା ପରେ ଗେଟ୍ ଏମିତି ସମୟରେ ଖୋଲିଲେ ଯେ ଲୋକ ପାରି ହେଲା ବେଳକୁ ଟ୍ରେନ୍ ଆସିଗଲା । ଯିଏ ଯୁଆଡ଼େ ପାରିଲେ ପ୍ରାଣ ବିକଳରେ ଦୌଡ଼ିଲେ । ଅଳ୍ପକରେ ବଞ୍ଚିଗଲା ଜୀବନ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ନିକଟ କପିଳାସ ରୋଡ ରେଳ ଷ୍ଟେସନ ପାଖ ଫାଟକରେ ।
ଶୁକ୍ରବାର ରାତି ୧୦ଟା ବେଳେ କଟକରୁ ଖଡ଼ଗପୁର ଆଡକୁ ଯାଉଥିଲା ଏକ ମାଲବାହୀ ଟ୍ରେନ୍ । ଏତିକି ବେଳେ ଗେଟ୍କୁ ପକାଇଥିଲେ ଜଗୁଆଳି ଜଣକ । କିନ୍ତୁ ପରେ ଆଉ ଖୋଲି ନଥିଲେ । ଗେଟ୍ର ଉଭୟ ପାର୍ଶ୍ୱରେ ପାଖାପାଖି ଅଧଘଣ୍ଟାରୁ ଅଧିକ ସମୟ ଲୋକ ଅପେକ୍ଷା କରି ରହିଥିଲେ । ଏତେ ସମୟ ଧରି ଗେଟ୍ ନଖୋଲିବାରୁ ଲୋକେ ଗାଳିଗୁଳଜ କଲେ । ପାଟିତୁଣ୍ଡ ଓ ଉତ୍ତେଜନା ଦେଖାଦେଲା । ଏହା ପରେ ସେ ଗେଟ୍ ଖୋଲିଥିଲେ । ଲୋକ ରେଳ ଲାଇନ୍ ପାର ହେଉଥିବା ବେଳେ ମାଡ଼ି ଆସିଥିଲା ଏକ ଯାତ୍ରୀବାହୀ ଟ୍ରେନ୍ । ଟ୍ରେନ୍କୁ ଦେଖି ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ ଲୋକ । ଏମାନଙ୍କ ମଧ୍ୟରୁ ୬ ଜଣ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି । ଜଣେ କାର୍ଯ୍ୟରତ ଗେଟ୍ମ୍ୟାନ୍ ନିଶାସକ୍ତ ଅବସ୍ଥାରେ ଗେଟ୍ ଜଗିଥିଲେ । ତାଙ୍କର ଦାୟିତ୍ୱହୀନତା ଲୋକଙ୍କର ଜୀବନ ନେଇ ଯାଇ ଥାଆନ୍ତା । କେବଳ ଈଶ୍ବର ହିଁ ସାହା ହେଲେ ।
https://www.youtube.com/watch?v=uSb2qPs9IAU