News

ଅଫିସ ଭିତରେ ମଦନିଶାରେ‌ ଅନୈତିକ କାର୍ଯ୍ୟରେ ଚୁର ଆରଆଇ ବାବୁ, ଆଉ ତା ପରେ ଯାହା ହେଲା ନା !

ଢ଼େଙ୍କାନାଳ (କେନ୍ୟୁଜ) : ଜମା ବି ଭାବନ୍ତୁନି ଏଇଟା କୌଣସି ହୋଟେଲ ନୁହେଁ, ଏ ହେଉଛି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ବା ଆରଆଇ ଅଫିସ। ଦିନଦ୍ଵିପ୍ରହରରେ ଅଫିସ ଭିତରେ ଚାଲିଛି ଅନୈତିକ କାର୍ଯ୍ୟ। ମଦନିଶାରେ ଶୋଇଛନ୍ତି RI ବାବୁ। ଫ୍ୟାନ୍‌ ଚାଲିଛି କବାଟ ଝରକା ଖୋଲା ଅଛି। କ୍ୟାମେରା ବୁଲୁଛି ହେଲେ ବାବୁଙ୍କର ହୋସ ନାହିଁ। ଦିନଦ୍ଵିପ୍ରହରରେ ଅଫିସ ଭିତରେ ଆରଆଇ ବାବୁଙ୍କର ଖୁଲ୍ଲମଖୁଲ୍ଲା ପ୍ରେମ କ୍ୟାମରାରେ କଏଦ ହୋଇଛି। ସତେ ଯେପରି ଏହା କାର୍ଯାଳୟ ନୁହେଁ ବେଶ୍ୟାଳୟ। ଏମିତି କାମ ପୁଣି ସରକାରୀ ଅଫିସ କାର୍ଯ୍ୟାଳୟରେ। ଆରଆଇ ବାବୁ ଜଣଙ୍କ ମଦ ନିଶା ଏବଂ କାମନାର ବାସନାରେ ଏପରି ଚୁର ହୋଇ ରହିଛନ୍ତି ଯେ ବାବୁଙ୍କର ହୋସ୍‌ ହିଁ ନାହିଁ।

ଏହା ଦେଖି ଲାଗୁଛି ଯେପରି ଏଠି ସରକାରୀ କାର୍ଯ୍ୟ କମ୍‌ ଅନୈତିକ କାର୍ଯ୍ୟ ଅଧିକ ଚାଲୁଛି। ଦେଖନ୍ତୁ ଆରଆଇ ବାବୁ ଜଣଙ୍କ ଖଟରେ ଶୋଇଛନ୍ତି ପାଖରେ ଜଣେ ମହିଳା ବି ଅଛନ୍ତି। ବାବୁ ଜଣଙ୍କ ଏପରି ଶୋଇଛନ୍ତି ଯେମିତି ଏହା ସରକାରୀ ଅଫିସ ନୁହେଁ ତାଙ୍କ ବେଡରୁମ୍‌। ତେବେ ଏହାମଧ୍ୟ ଖବର ରହିଛି ଯେ ଅଫିସ ଝରକା ପଛପଟେ ହାଇୱେ କଡରେ ଥିବା ଢାବା କିମ୍ବା ବାରର ଆଳିଆଗଦା ଭଳି ପଡିରହିଛି ଅନେକ ସଂଖ୍ୟାର ମଦ ବୋତଲ ଆଉ ପାଣି ବୋତଲ। ପାଖରେ ପେଟି ପେଟି ମଦ ବି ରହିଛି। ଯାହାକୁ ଦେଖିଲେ ଲାଗୁଛି ଓଡାପଡ଼ା ତହସିଲ ଅନ୍ତର୍ଗତ ଗଦାଶିଳା RI ଅଫିସ କୌଣସି ବାର ଠାରୁ କମ ନୁହେଁ।

ତେବେ ଏଭଳି ଘଟଣାକୁ ବାବୁ ଜଣଙ୍କ କିଛି ଲୋକଙ୍କୁ ନେଇ ଗୋପନରେ କରୁଥିଲେ। କିନ୍ତୁ ଏବେ ତାହା ଲୋକଙ୍କ ସମ୍ମୁଖକୁ ଆସିଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଆରଆଇ ରଞ୍ଜନ ପାଣିଗ୍ରାହୀ କାର୍ଯ୍ଯରୁ ନିଳମ୍ବିତ ହୋଇଛନ୍ତି। ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଆରଆଇଙ୍କ ନିଲମ୍ବନ ସମ୍ପର୍କରେ ସୂଚନା ଦେଇଛନ୍ତି। ଗଦାଶିଳା ରାଜସ୍ୱ ନିରିକ୍ଷକ ନିଜ କାର୍ଯ୍ଯାଳୟରେ ଏପରି ଅସାମାଜିକ କାର୍ଯ୍ଯରେ ଲିପ୍ତ ଥିବା ଯୋଗୁ ନିଲମ୍ବିତ ହୋଇଛନ୍ତି। ଖାଲି ଏତିକି ନୁହେଁ ଘଟଣା ସମ୍ପର୍କରେ ଓଡ଼ାପଡ଼ା ତହସିଲଦାରଙ୍କୁ ତଦନ୍ତ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Pritiparna

Recent Posts

ଗାଁରେ ବଢ଼ିବାରେ ଲାଗିଛି ତାଳସଜର ଚାହିଦା, ଗରିବ ଲୋକଙ୍କୁ ଯୋଗାଉଛି ରୋଜଗାରର ପନ୍ଥା

ପୁରୁଷୋତ୍ତମପୁର (କେନ୍ୟୁଜ): ଖରାଦିନ ଆସିଲେ ଶରୀରକୁ ଅଧିକ ପରିମାଣରେ ଜଳର ଆବଶ୍ୟକତା ରହିଥାଏ ସେଥିପାଇଁ ତ ଲୋକେ ତରଭୁଜ, ଆମ୍ବ,…

8 mins ago

ଡୁଙ୍ଗୁରିପାଲି ସହରରେ ବଡ଼ ଧରଣର ଲୁଟ, ବନ୍ଧୁକ ମୁନରେ ଲୁଟିଲେ ୫ ଲକ୍ଷ

ବିନିକା (କେନ୍ୟୁଜ): ବେଧଡ଼କ ଲୁଟ କରୁଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କରୁଛନ୍ତି ଲୁଟ । ନା…

16 mins ago

ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ ଭାଇଭଉଣୀ

ନୟାଗଡ : ମେଡିକାଲ ବେଡରେ ଶୋଇରହିଛନ୍ତି ପୁଅ ଝିଅ । ଛୁଆ ଦୁହିଁଙ୍କ ଶବକୁ ଧରି ଭୋ ଭୋ ହୋଇ…

32 mins ago

ସରକାର ଗଠନ ପୂର୍ବରୁ ଏନଡିଏର ବଢିଲା ଟେନସନ, ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର ଦାବି କରୁଛନ୍ତି ପ୍ରମୁଖ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତିଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ଏନଡିଏରେ ବଢିଯାଇଛି…

34 mins ago

ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, କିଡନୀ ଷ୍ଟୋନ୍‌ ଯନ୍ତ୍ରଣାରୁ ମିଳିବ ଆରାମ

ଆପଣଙ୍କ ଡାଏଟ୍‌ରେ ହେଲଦି ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ, ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ…

34 mins ago

BSKY ଚାଲୁ ରହିଛି ସ୍ପଷ୍ଟ କଲେ ମୁଖ୍ୟ ସଚିବ, ଅସୁବିଧା ହେଲେ ହେଲ୍‌ପଲାଇନ୍‌ ନମ୍ବରରେ ଜଣାଇ ପାରିବେ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ BSKY ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ ।  ଭିଡିଓ ବାର୍ତ୍ତା ଜରିଆରେ…

51 mins ago