ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ: ଘର ଭିତରେ ୨ ସନ୍ତାନ, ସ୍ତ୍ରୀ ଓ ବାପା ମାଆଙ୍କୁ ତାଲା ପକାଇ ଲଗାଇଦେଲା ନିଆଁ !

କାମାକ୍ଷାନଗର(କେନ୍ଯୁଜ୍): ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ। ଘର ଭିତରେ ୨ ସନ୍ତାନ, ସ୍ତ୍ରୀ ଓ ବାପା ମାଆଙ୍କୁ ତାଲା ପକାଇ ନିଆଁ ଲଗାଇଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ-କାମାକ୍ଷାନଗର ଥାନା ଖୋକସା ଗାଁରେ। ପରିବାର ଲୋକଙ୍କ ପାଟି ଶୁଣି ଗାଁଲୋକ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ନିଆଁରେ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।

ଅଭିଯୋଗ ଅନୁଯାୟୀ ଶତ୍ରୁଘ୍ନ ମଦ୍ୟପାନ କରିବା ସହ ପରିବାର ଲୋକଙ୍କୁ ଅନେକ ସମୟରେ ଗାଳିଗୁଲଜ ସହ ମାଡପିଟ କରେ। ଗତକାଲି ନିଶାଶକ୍ତ ଅବସ୍ଥାରେ ଏପରି କାଣ୍ଡ ଘଟାଇଛି। ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଶତ୍ରୁଘ୍ନ ବେହେରାକୁ ଅଟକ ରଖିଛି।