ପାରିବାରିକ କଳହର କରୁଣ ପରିଣତି, ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ଗଜପତି: ପାରିବାରିକ କଳହର କରୁଣ ପରିଣତି । ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ ।  ଗଜପତି ଜିଲ୍ଲା ମୋହନା ଥାନା କରଞ୍ଜକୁଆ ଗୁଡିସାହି ଗାଁରେ ଘଟିଛି ହତ୍ୟାକାଣ୍ଡ ।  ମୃତକ ଗୁଡିସାହିର ଲୁଵି ମଲ୍ଲିକ ।

ଗତକାଲି ସଂଧ୍ୟାରେ ଲୁଵି ମଦ ପିଇ ନିଜ ସ୍ତ୍ରୀଙ୍କୁ ମାଡ଼ ମାରିଥିଲା । ବଡ଼ ଭାଇ ଗୋବିନ୍ଦ ମଲ୍ଲିକ ଓ ଭାଉଜ ବୁଝାଉଥିବା ବେଳେ ତାଙ୍କୁ ମଧ୍ୟ ଲୁଵି ମାଡ଼ ମାରିଥିଲା । ପରେ ବଡ଼ ଭାଇ ଗୋବିନ୍ଦ ସାନ ଭାଇ ଲୁଵିକୁ ପାଲଟା ମାଡ଼ ମାରିବାରୁ ପଥର ଉପରେ ପଡିଯାଇଥିଲେ । ଘଟଣାସ୍ଥଳରେ ହିଁ ଲୁବିଙ୍କ ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ମୃତଦେହ ଜବତ କରିଛି ପୋଲିସ । ବଡ଼ଭାଇକୁ ଅଟକ ରଖି ତଦନ୍ତ ଜାରି ।

ଆହୁରି ପଢନ୍ତୁ : ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର