ରାୟଗଡାରେ ବଢୁଛି ଡେଙ୍ଗୁ ଆତଙ୍କ : ଜଣେ ଛାତ୍ର ମୃତ

ରାୟଗଡା: ବଢୁଛି ଡେଙ୍ଗୁ ରୋଗର ଆତଙ୍କ । ଡେଙ୍ଗୁରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସୁଲୁଭା ଗାଁର ଯୁକ୍ତ ୩ ଛାତ୍ର ଏମ୍‌.ରବି କୁମାର। ବିଶାଖାପାଟନମ୍‌ କେୟାର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ବିଶାଖାପାଟଣାରେ ଗୋଟେ ମାସ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ଜୀବନ ନେଲାଣି ଡେଙ୍ଗୁ। ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

dengueଏବେ ସୁଦ୍ଧା ୩୩ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ବାହାରକୁ ପଠାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇଛି। ସହରରେ ଡେଙ୍ଗୁକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ସାମାନ୍ୟ ଜ୍ୱରରେ ବି ଲୋକ ସରକାରୀ ଡାକ୍ତରଖାନା ଉପରେ ନିର୍ଭର ନକରି ପଡୋଶୀ ଆନ୍ଧ୍ରର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.