ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ପୁଣି ପାରିବାରିକ କଳହ ନେଲା ଜୀବନ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଖନମୁଣ୍ଡା ଗାଁରେ ନିର୍ଦ୍ଦୟୀ ସ୍ୱାମୀର ହାତରେ ଯାଇଛି ସ୍ତ୍ରୀ ଜୀବନ। ମୃତକ ଜଣକ ପ୍ରତିମା ନାଗ। କୌଣସି କଥାକୁ ନେଇ ପ୍ରତିମା ଓ ତାଙ୍କ ସ୍ୱାମୀ ହୃଦା ନାଗଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ହୃଦା ସ୍ତ୍ରୀ ପ୍ରତିମାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏନେଇ ପ୍ରତିମାଙ୍କ ପରିବାରଲୋକେ ଥାନାରେ ଭିଯୋଗ କରିଥିଲେ। ତୁରେକେଲା ପୋଲିସ ମୃତଦେହ ଜବତ କରିବା ସହ ସ୍ୱାମୀ ହୃଦାକୁ ଅଟକ ରଖିଛି।

Leave A Reply

Your email address will not be published.