ଭୁବନେଶ୍ବର: ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ପଶିଛି। ତଳି ଅଞ୍ଚଳରେ ପାଣି ପଶିଯିବା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ୟ୍ୟ କରାଯାଉଛି। ଭୁବନେଶ୍ୱରର ଜାଗମରା, ଗ୍ୟାରେଜ ଛକ ଓ ଗୋଲାପ ଗାର୍ଡେନରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।
ଏନେଇ ଫାୟାର ଆଣ୍ଡ ସିଭିଲ ଡିଫେନ୍ସ ଡିଜି ବିଜୟ କୁମାର ଶର୍ମା ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଗୌରୀ ଗାର୍ଡେନ୍, ଗୌରୀ ନଗର, ଶ୍ରୀରାମ ନଗର, ଜାଗମରା, ପାଇକ ନଗର, ପାସପୋର୍ଟ ଅଫିସ୍, ନୀଳକଣ୍ଠ ବସ୍ତି, ନୂଆପଲ୍ଲୀ ଏକାମ୍ର ରୋଡ଼ରେ ପାଣି ଜମି ରହିଛି।