ଆନନ୍ଦପୁରରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି

ଆନନ୍ଦପୁର (କେନ୍ୟୁଜ୍) : ଲଗାଣ ବର୍ଷା। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବନ୍ୟା ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ଗତକାଲି ଠାରୁ ଲଗାଣ ବର୍ଷା ଜାରୀ ରହିଥିବାରୁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବ୍ରୁଦ୍ଧି ପାଇଛି। ଏଥିପାଇଁ ୬ରୁ ଅଧିକ ଗାଁ ଜଳମଗ୍ନ ହୋଇ ରହିଛି। ରେମାଳ ନଦୀ ଡ୍ୟାମର ଗୋଟିଏ ଗେଟ ଖୋଲା ଯାଇଛି। ସେଥିପାଇଁ ତଳିଆ ଅଞ୍ଚଳରେ ସତର୍କ ସୂଚନା ଜାରୀ କରିଛି ପ୍ରଶାସନ। ତରତରା ଓ କଣ୍ଟିପାଳ ପଞ୍ଚାୟତର ୪ଗାଁ ପାଣି ଘେରରେ ରହିଛି। ବିଭିନ୍ନ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ଏବଂ ଅନେକ ଘରର କାନ୍ଥ ଭୁଶୁଡି ପଡିଛି।