ନୀଳଗିରି: ଲଗାଣ ବର୍ଷାରେ ପଞ୍ଚଲିଙ୍ଗେଶ୍ଵର ମନ୍ଦିରରେ ଦର୍ଶନ କରିବାକୁ ଭକ୍ତଙ୍କୁ ମନା । ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗଶ୍ଵର ମନ୍ଦିରରେ ବାବାଙ୍କୁ ଦର୍ଶନ କରିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ବାରଣ କରାଯାଇଛି ।
ଆଣ୍ଠୁଏ ଉଚ୍ଚାର ପୁଜା ମଣ୍ଡପରେ ଝରଣା ପାଣି ଚାଲିଥିବାରୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବାରଣ କରାଯାଇଛି । ଉପର ପାହାଡ଼ ପ୍ରବଳ ଝରଣା ପାଣି ଆସିବାରୁ ଶୈବପୀଠରେ ବାବାଙ୍କୁ ସ୍ପର୍ଶ କରିବାକୁ ଶ୍ରଦ୍ଧାଳୁ ମାନଙ୍କୁ ମନା କରାଯାଉଛି। ଦର୍ଶନ ନକରି ଶ୍ରଦ୍ଧାଳୁ ମାନେ ଫେଇଯାଇଥିବା ଦେଖିବାକୁ ମିଳିଛି ।