କୋରାପୁଟ: ବନ୍ଧୁ ପରିଜନ ମୃତଦେହ କୁ ନେଇ ଚାଲିଛନ୍ତି ଆଗେ ଆଗେ । ପଛରେ ଧାଡ଼ି ହୋଇ ଯାଉଛନ୍ତି ଗାଁ ଲୋକେ । ଏହି ଶ୍ମଶାନକୁ ଯିବାକୁ ରାସ୍ତା ନାହିଁ ନଈ ପାରି ହୋଇ ଶ୍ମଶାନ କୁ ଯାଉଛି ମରଶରୀର । ଅଙ୍କା ବଙ୍କା ନଈରେ ଯିବା କେତେ କଷ୍ଟକର ଭାବନ୍ତୁ କିନ୍ତୁ ଗାଁ ଲୋକେ ଦୀର୍ଘଦିନ ଧରି ଏହି ଅସୁବିଧାକୁ ସାମ୍ନା କରି ଆସୁଛନ୍ତି ।
ସ୍ଥାୟୀ ପୋଲ ନ ଥିବାରୁ, ନଦୀ ପାରି ହୋଇ ଶ୍ମଶାନ କୁ ଯାଉଛି ମରଶରୀର । ବର୍ଷ ବର୍ଷ ଧରି, ଜୀବନ କୁ ବାଜି ଲଗାଇ ଗାଁ ଲୋକ ମରଶରୀର ବୋହି ଯାତାୟାତ କରୁଥିବା ଅଭିଯୋଗ ହୋଇଛି । ଏ ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡା ପଞ୍ଚାୟତ ଅଧିନସ୍ଥ,କେଲାର ଗାଁ ରେ । ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ହୋଇ ନ ଥିବା ରୁ ଶ୍ମଶାନ କୁ ଶୋବ ନେଇ ଯିବା ଲାଗି, ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି ।
ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ଅଧିକାରୀ ସହ ନେତା ମନ୍ତ୍ରୀଙ୍କୁ ଅସୁବିଧା ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଜଣା ପଡ଼ିଛି । କେଲାର ଗ୍ରାମର ଗୁରୁନାଥ ଖୋସଲାଙ୍କ ସମବାର ଦିନ ମୃତ୍ୟୁ ହୋଇ ଥିଲା । ତାଙ୍କ ଶବ ସତ୍କାର କରିବା ଲାଗି ଗାଁ ଠାରୁ ୫୦୦ ମିଟର ଦୂର ଥିବା ଶ୍ମଶାନକୁ ମରଶରୀର ବୋହି ନେବା ଲାଗି ଭରା ନଈ ପାରି ହେବାକୁ ପଡିଥିଲା । ବର୍ଷା ଦିନେ ନାହିଁ ନ ଥିବାର ସମୁଖୀନ ହେଉଛନ୍ତି । ଜୀବନ କୁ ବାଜି ଲଗାଇ, ନଦୀ ପାରି ହୋଇ ଶ୍ମଶାନ ନେଉ ଥିବାର ଦୃଶ୍ୟ ସମସ୍ତଙ୍କୁ ବିସ୍ମୟ କରିଛି ।