ମାଲକାନଗିରି: ଅଭାବରୁ ଶିଶୁପୁତ୍ରକୁ ସରକାରଙ୍କ ହାତକୁ ଟେକିଦେଲା ମା

ମାଲକାନଗିରି : ଅଭାବରୁ ଶିଶୁପୁତ୍ରକୁ ସରକାରଙ୍କ ହାତରେ ଟେକିଦେଲା ମା। ଅଭାବ ଅନାଟନ ସହ ବାପଛେଉଣ୍ଡ ହୋଇଥିବାରୁ ୬ଦିନର ପିଲାକୁ ଚାଇଲ୍ଡ ଲାଇନକୁ ଦେଇଦେଇଛି ମା। ମାଲକାନଗିରି ଜିଲ୍ଲା ଚିତାପାରି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୁକମତି ମୁଣ୍ଡାଗୁଡ଼ିଆ ଏମଭି- ୪ଗାଁରେ ବାସ କରୁଥିବା ବେଳେ ବର୍ଷେ ତଳେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ଅନ୍ୟ ଜଣକ ସହ ଅନୈତିକ ସଂପର୍କ ପରେ ସେ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ। ପରିବାର ଲୋକ କିନ୍ତୁ ଶିଶୁ ସନ୍ତାନକୁ ଗ୍ରହଣ ନକରିବାରୁ ସେ ଶିଶୁକୁ ଚାଇଲ୍ଡ ଲାଇନ ହାତରେ ଟେକି ଦେଇଛନ୍ତି। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ବିଗିଡ଼ିଯିବାରୁ ତାକୁ ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇଛି।