କଣ୍ଟାବାଞ୍ଜି ମୁରିବାହାଲ ବ୍ଳକ ବାନ୍ଧୁପଲା ପଞ୍ଚାୟତ ଜମୁନାବାହାଲ ପ୍ରାଥମିକ ସ୍କୁଲରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଦେଖାଦେଉଛି । ଏନେଇ ଜମୁନାବାହାଲ ଗ୍ରାମବାସୀ ଗୁଡିଘାଟ-ବଲାଙ୍ଗିର ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସ୍କୁଲ ସମସ୍ୟାକୁ ନେଇ ଗାଁ ଲୋକେ ଅନେକଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ଗାଁ ଲୋକ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାସହ ଖୁବଶୀଘ୍ର ସ୍କୁଲ ଘର ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା