ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ କମିଛି ଶୀତ, ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଶୀତର ପ୍ରକୋପ କମିଛି । ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ସାମୁଦ୍ରିକ ବାୟୁ ପ୍ରଭାବରେ ଶୀତ କମିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଜି. ଉଦୟଗିରିରେ ୮.୫ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ ଓ ଫୁଲବାଣୀରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ଵରର ସର୍ବନିମ୍ନ ୧୭.୬ ଡିଗ୍ରୀ ଓ କଟକରେ ୧୮ ଡିଗ୍ରୀ ରହିଥିଲା । ଉପକୂଳ ଓଡ଼ିଶାରେ ଗୁରୁଚାପ ପ୍ରଭାବରେ ରବିବାର ରାତି ଓ ସୋମବାର ସକାଳେ ଘନ କୁହୁଡ଼ି ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.