ରାସ୍ତା ଉପରେ ମୁକୁଳା ଟ୍ରାନ୍ସଫର୍ମର୍ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି ଲୋକେ, ଗଲାଣି ୬ରୁ ଅଧିକ ଗାଈଗୋରୁଙ୍କ ଜୀବନ

ଆଜିକାଲି ଚାରିଆଡ଼େ ବଢିଚାଲିଛି ଜନବସତି । ସେ ତୁଳନାରେ ଲୋକଙ୍କ ସୁବିଧା ପାଇଁ ବିଜୁଳି ଆଲୋକ ଆବଶ୍ୟକତା ମଧ୍ୟ କ୍ରମଶଃ ବଢିଚାଲିଛି । ଏହାକୁ ଲକ୍ଷ ରଖି ଇଲେକ୍ଟ୍ରିକ ଟ୍ରାଂସ୍ଫର୍ମର ମଧ୍ୟ ବହୁଳ ମାତ୍ରାରେ ସ୍ଥାପନ କରାଯାଉଛି । କିନ୍ତୁ ଏପଟେ ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବା ସମୟରେ ସେପଟେ ବିପଦକୁ ହାତ ଠାରି ଡାକୁଛି ରାସ୍ତା କଡରେ ମୁକୁଳା ପଡିଥିବା ୨୦ରୁ ଉର୍ଦ୍ଧ ବିପଦପୂର୍ଣ୍ଣ ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋରଧା ଜିଲ୍ଲା ଟାଙ୍ଗି ବ୍ଲକ୍ ଠାରୁ ଭୂଷଣ୍ଡପୁର ଯାଇଥିବା ମୂଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଏକାଧିକ ସ୍ଥାନରେ ।

ସୁନ୍ଦରପୁର ମୁଖ୍ୟ ରାସ୍ତା କଡ, ଝାଂଶି ପାଟଣା ମୁଖ୍ୟ ମଶାଣୀ ରାସ୍ତା, ବାଲି ପାଟପୁର ପଞ୍ଚାଯତ ପାର୍ଶ୍ବ, ଏଭଳି ଅନେକ ସ୍ଥାନ । ରାସ୍ତା ପ୍ରଶସ୍ତ ହେବା ପରେ ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର୍ ଖୁଣ୍ଟ ରାସ୍ତା ଉପରେ ରହିବା ସହିତ କେଉଁଠି ବି ପାଚେରୀ ନିର୍ମାଣ ହୋଇନି । ଯେଉଁଠି ବି ହୋଇଛି ତାହା ଭାଙ୍ଗି ରୁଜିଗଲାଣି । ଆଉ କେଉଁଠି ଟ୍ରାନ୍ସଫର୍ମର୍ ଖୁଣ୍ଟ ତଳେ କୁଢ଼ କୁଢ଼ ଅଳିଆ ଆବର୍ଜନା । ସତେ ଯେପରି ଲାଗୁଛି ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର୍ ପରିତ୍ୟକ୍ତ ଭଗ୍ନ ଅବସ୍ଥାରେ ଅଛି । କିନ୍ତୁ ସେ ସମସ୍ତ ଟ୍ରାଂସ୍ଫର୍ମର କାର୍ଯ୍ୟକ୍ଷମ ।

ତେବେ ଏହାର ରକ୍ଷଣା ବେକ୍ଷଣ କାହିଁକି ହେଉନି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସ୍ଥାନୀୟ ଜେଇ ଠାରୁ ଜିଲ୍ଲପାଳ ସମସ୍ତଙ୍କୁ ବାରମ୍ୱାର ଗୁହାରୀ କରି କରି ଥକିଗଲେଣି ସ୍ଥାନୀୟ ବାସିନ୍ଦା । ଏହି ସ୍ଥାନମାନଙ୍କରେ ବିଗତ ଦିନରେ ୬ରୁ ଅଧିକ ଗାଈଗୋରୁ ପ୍ରାଣ ହରାଇଲେନି । ତା’ସହ ରାସ୍ତା ଉପରେ ଇଲେକ୍ଟ୍ରିକ ଖୁଣ୍ଟ ଥିବାରୁ ଅନେକ ଲୋକ ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଏଥର ଯଦି କୌଣସି ଧନ ଜୀବନ କ୍ଷୟକ୍ଷତି ହୁଏ ତେବେ ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବେ । ଏଥର ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଜନସାଧାରଣ ।

You might also like