ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ବିଏମସି ଡମ୍ପିଂୟାର୍ଡ ଅଳିଆ ଗାଡ଼ି, ଘଟଣା ସ୍ଥଳରେ ଚାଲିଗଲା ଜୀବନ

ଭୁବନେଶ୍ବର(କେନ୍ୟୁଜ୍): ବିଏମସି ଆବର୍ଜନା ବୁହା ଗାଡ଼ି ଧକ୍କାରେ ଜଣେ ମୃତ। ଆଜି ସକାଳୁ ଜଣେ ବୟସ୍କ ବ୍ୟକ୍ତି ସାଇକେଲ ଯୋଗେ ଯାଉଥିବା ବେଳେ ବିଏମସିର ଏକ ୬ ଚକିଆ ଅଳିଆ ଟ୍ରକ ତାଙ୍କ ଉପରକୁ ମାଡ଼ି ଯାଇଥିଲା। ସେହିଠାରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଅଞ୍ଚଳରେ । ଯେଉଁଠାରେ ବିଏମ୍‌ସିର ଡମ୍ପିଂୟାର୍ଡ଼ ରହିଛି । ସୂଚନା ଅନୁସାରେ ମୃତକ ହେଉଛନ୍ତି ୪୫ ବର୍ଷ ବୟସ୍କ ରାମ ଗାଗାରାଇ । ତାଙ୍କ ଘର ବେଣ୍ଟୁଆ ଗାଁରେ ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ଦୁଇ ମାସ ପରେ ପୁଣି ଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକ କଟକ-ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ମେୟର, ବିଏମ୍‌ସି କମିଶନର, ବିଧାୟକ ସୁର ରାଉତରାୟ ପ୍ରମୁଖ ପହଞ୍ଚିଛନ୍ତି ।

 

 

 

Leave A Reply

Your email address will not be published.