ବ୍ରହ୍ମପୁର: ବଡବଜାର ତୃପ୍ତି ନଗର ନକଲି ମଦ କାରଖାନା ଉପରେ ଚଢଉ, ୩ଶହ ଲିଟରରୁ ଅଧିକ ବିଦେଶୀ ମଦ ଜବତ
କେନ୍ୟୁଜ୍(ବ୍ୟୁରୋ): ମଦ ବି ନକଲି। ବ୍ରହ୍ମପୁରରେ ଠାବ ହୋଇଛି ନକଲି ମଦ କାରଖାନା। ବଡବଜାର ଥାନାର ତୃପ୍ତି ନଗର ନକଲି ମଦ କାରଖାନା ଉପରେ ଚଢଉ କରିଛି ଅବକାରୀ ବିଭାଗ। ଚଢଉ ବେଳେ ବିଭିନ୍ନ ନାମୀଦାମୀ କଂପାନୀର ପ୍ରାୟ ୩ଶହ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି। ମଦ ବୋତଲ, ମଦ ଲେବଲ ଓ ମେସିନ ଆଦି ଜବତ କରାଯାଇଛି। ଏଥିରେ ସଂପୃକ୍ତି ନେଇ ୫ଜଣଙ୍କୁ ଗିରଫ କରାଯାଇଛି। ଗତ ଏକମାସ ଧରି ସେଠାରେ କୋଲକାତାରୁ ମଦର ଲେବଲ ଓ ସ୍ପିରିଟ ଆଣି ଏଠାରେ ପ୍ୟାକିଂ କରାଯାଉଥିଲା।
ପରେ ଏହାକୁ ବିଭିନ୍ନ ସ୍ଥାନରେ ବିକ୍ରୀ କରାଯାଉଥିଲା। ନକଲି ମଦ ବିକ୍ରୀରେ ବ୍ୟବହୃତ ୨ଟି ଅଟୋ ଓ ଗୋଟିଏ ମୋପେଡକୁ ମଧ୍ୟ ଜବତ କରାଯାଇଛି। ନକଲି ମଦ ପ୍ରସ୍ତୁତିରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଦିଗପହଣ୍ଡି ଅଞ୍ଚଳରେ ନକଲି ମଦ କାରବାରରେ ଗିରଫ ହୋଇଥିବା ଅବକାରୀ ବିଭାଗ କହିଛି।.