ନୟାଗଡ଼: ବନ୍ଧା ହେଲେ ନକଲି ଡାକ୍ତର ଓ ସାମ୍ବାଦିକ, ଆବଶ୍ୟକ କାଗଜପତ୍ର ଦେଇନପାରିବାରୁ ହେଲେ ଗିରଫ

ନୟାଗଡ଼(କେନ୍ୟୁଜ୍): ବନ୍ଧା ହେଲେ ନକଲି ଡାକ୍ତର । ନୟାଗଡ଼ର ଘରୋଇ କ୍ଲିନିକ ଆଦିତ୍ୟ ହସ୍ପିଟାଲର ମାଲିକ ବିଶ୍ୱନାଥ ଘଡେଇ ଗିରଫ । ଯାଞ୍ଚ ସମୟରେ ଆବଶ୍ୟକ କାଗଜପତ୍ର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ବିଶ୍ୱନାଥଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଏବଂ ସେ ନୟାଗଡ ତଥା ଓଡଗାଁ ଅଞ୍ଚଳରେ କ୍ୱାକ୍‌ ଭାବେ କାମ କରୁଥିଲେ । ପରେ ନୟାଗଡରେ ଏକ ଭ଼ଡା ଘର ନେଇ ରୋଗୀ ଦେଖିବା ସହ ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ମୁଖ୍ୟ କାର୍ପଟଦାରକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି କହିଛନ୍ତି ନୟାଗଡ ଏସଡିପିଓ ।

ଏପଟେ ନକଲି ଡାକ୍ତର ପରେ, ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ନୟାଗଡ ପୋଲିସ । ନକଲି ଡାକ୍ତର ଧରାପଡ଼ିବା ଘଟଣାରେ ଜିଲ୍ଲା ପୋଲିସ ପ୍ରଶାସନ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଜଣେ ଯୁବକ ମୋବାଇଲରେ ଭିଡିଓ ଉଠାଉଥିଲେ । ତାଙ୍କ ଉପରେ ସନ୍ଦେହ ହେବାରୁ ସେ ପ୍ରଥମେ ଏକ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ବୋଲି କହିଥିଲେ । ପରେ କଥା ଭୁଲେଇ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖିଥିଲା । ଯୁବକ ଖଣ୍ଡପଡା ଥାନା ଶିଖରପୁର ଗାଁର ବିନାୟକ ବୋଲି ଜଣାପଡ଼ିଛି । ସେ ନକଲି ଡାକ୍ତରଙ୍କ ଘରେ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି ବୋଲି ସୂଚନା ମିଳିଛି । ତେବେ ନକଲି ସାମ୍ବାଦିକଙ୍କୁ ନେଇ ନୟାଗଡରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.