ମହାକାଳପଡ଼ା ରାଜଗଡ଼ ଗାଁରେ ଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ , ୨ ଗିରଫ

ମହାକାଳପଡ଼ା(କେନ୍ୟୁଜ୍) : ମହାକାଳପଡ଼ାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ। କେନ୍ଦ୍ରାପଡ଼ା ସ୍ପେଶାଲ ସ୍କାର୍ଡ ଓ ମହାକାଳପଡ଼ା ପୋଲିସ ମିଳିତ ଭାବେ ରାଜଗଡ଼ ଗାଁରେ ଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ଚଢଉ କରିଛନ୍ତି। ଗତ ୨ବର୍ଷ ଧରି ଏହି କାରଖାନା ଚାଲୁଥିବା ବେଳେ ଅରିଜିନାଲ ଜର୍ଦ୍ଦା ମାଲିକ ଅଭିଯୋଗ କରିଥିଲେ। ଫଳରେ ଆଜି ସକାଳେ ପୋଲିସ ଚଢଉ କରି ଏହା କାରଖାନାକୁ ଜବତ କରିଛି। ଜବତ ହୋଇଥିବା ନକଲି ଜର୍ଦ୍ଦାର ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏହା ସହ ଜର୍ଦ୍ଦା ପ୍ରସ୍ତୁତିରେ ଆବଶ୍ୟକ କଞ୍ଚାମାଲ, ପ୍ୟାକିଂ ସରଞ୍ଜାମ ସହ ମେସିନ ଜବତ କରିଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରି ପଚରାଉଚୁରା ଚଳାଇଛି ପୋଲିସ।