ସାବଧାନ୍! ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବଜାରରେ ମିଳୁଛି ନକଲି ଟେଲମା-୪୦ ଓ ଟେଲମା-ଏମ ଔଷଧ, ଜବତ କଲା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ

କଟକ(କେନ୍ୟୁଜ୍): କଟକ ବଜାରରେ ବିକ୍ରୀ ହେଉଛି ନକଲି ଔଷଧ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବଜାରରେ ମିଳୁଥିବା ନକଲି ଟେଲମା-୪୦ ଓ ଟେଲମା-ଏମ ଔଷଧ ଜବତ କରାଯାଇଛି । କଟକର ୧୨ରୁ ଅଧିକ ମେଡ଼ିସିନ ବିତରକ ସଂସ୍ଥାକୁ ଯାଇ ଏହି ଔଷଧ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ।

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇଥିବା ଏହି ମେଡିସିନକୁ ଫେରସ୍ତ ମଗାଇଛନ୍ତି । ଏହି ଔଷଧ ନକଲି କିମ୍ବା ଅସଲି ତାହା ଜାଣିବା ପାଇଁ ନମୁନା ଟେଷ୍ଟ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ବିକ୍ରି ପାଇଁ ଅନୁମତି ମିଳିବ କି ନାହିଁ ତାହା ସ୍ପଷ୍ଟ କରିବ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.