ମାଲକାନଗିରିରେ ୩୪ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ , ଘଟଣାରେ ୩ ଗିରଫ

ମାଲକାନଗିରି(କେନ୍ୟୁଜ୍) : ମାଲକାନଗିରିରେ ଜାଲ୍‌ ନୋଟ୍‌ ର‍୍ୟାକେଟ୍‌ ଠାବ । ୩୪ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ ହୋଇଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାରାଣ କରିଛି ସଦର ଥାନା ପୋଲିସ। ସେମାନଙ୍କ ନିକଟରୁ ୧୪ଟି ନକଲି ୨ ହଜାର ଟଙ୍କିଆ ନୋଟ୍‌ ଓ ୧୨ଟି ୫ଶହ ଟଙ୍କିଆ ନୋଟ୍‌ ଜବତ ହୋଇଛି। ଗଞ୍ଜେଇ କାରବାର ପାଇଁ ଜାଲନୋଟ୍‌ ବ୍ୟବହାର କରାଯାଉଥିବା ମାଲକାନଗିରି ଏସ୍‌ପି କହିଛନ୍ତି।