ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ଜୟପୁର (କେନ୍ୟୁଜ୍) : ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ପୋଲିସ ବେଶରେ ଡକାୟତି ଉଦ୍ୟମ କରୁଥିବାବେଳେ ୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୪ଜଣ ମଧ୍ୟପ୍ରଦେଶର, ଜଣେ ବିହାରର, ଆଉ ଦୁଇ ଜଣ ଜୟପୁରର ଓ ଜଣେ କଳାହାଣ୍ଡିର।
ଏମାନେ ଜୟପୁର ନିକଟସ୍ଥ ପାୱାର ହାଉସଠାରେ ଡକାୟତି ଯୋଜନା କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା। ସେମାନଙ୍କ ନିକଟରୁ କାର ସହ ୧୨ଟି ମୋବାଇଲ, ୨ଟି ଛୁରୀ, ନକଲି ବନ୍ଧୁକ ସହ ନକଲି ପୋଲିସ ଡ୍ରେସ ଜବତ କରାଯାଇଛି।