ବ୍ରହ୍ମପୁର: ଦୁଇ ଭାଇ ଚଳାଇଥିଲେ ନକଲି ଗୁଟଖା କମ୍ପାନୀ, ଗିରଫ କଲା ପୋଲିସ

ବ୍ରହ୍ମପୁର(କେନ୍ୟୁଜ୍): କରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ଚାଲିଛି ଲକଡାଉନ ଓ ସଟଡାଉନ। ଦୋକାନ ବଜାର ବନ୍ଦ ରହିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଓ  କଳା ବଜାରୀ ଏହି ସମୟରେ ସକ୍ରିୟ ହୋଇଉଠିଛନ୍ତି ବେପାରକୁ ବଢାଇବା ପାଇଁ। ଏହିପରି ଏକ ଘଟଣା  ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ।  ନକଲି ଟବାକୋ ବା ଗୁଟଖା ତିଆରି କରୁଥିବା ଦୁଇ ଭାଇ ପୋଲିସ ହାବୁଡ଼ରେ ପଡି ଜେଲ ଯାଇଛନ୍ତି।

ଘଟଣା ଘଟିଛି ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ଦସେଇପୁର ନିକଟସ୍ଥ ନୂଆଗାଁରେ l  ପୋଲିସର ସୂଚନା ଅନୁସାରେ ଲକଡାଉନ ସମୟରେ  ଦୋକାନ ବଜାର ବନ୍ଦ ରହିଥିବା ବେଳେ ଉକ୍ତ ଥାନା ଅନ୍ତର୍ଗତ ଡ଼େଙ୍ଗାଉସ୍ତାରେ ଗୁଟଖା ବିକ୍ରି କରାଯାଉଥିବା ପୋଲିସ ଖବର ପାଇ ଏହାର ଚେର ସମ୍ପର୍କରେ ଅନୁସନ୍ଧାନ କରିଥିଲା।   ଚେର ଖୋଜୁ ଖୋଜୁ ପୋଲିସ ଯାଇ  ସିଧା ପହଞ୍ଚିଥିଲା ନୂଆଗାଁରେ। ଆଉ ଯାହା ଦେଖିବାକୁ ପାଇଥିଲା ତାକୁ ଦେଖି ତାଜୁବ ହୋଇଯାଇଥଲା।  କାରଣ ନକଲି କାରଖାନା କେବଳ ସହରରେ ନୁହେଁ,ଗ୍ରାମାଞ୍ଚଳରେ ମଧ୍ୟ ହୋଇଛି l  ଘଟଣା ସ୍ଥଳରୁ ଦୁଇ ଭାଇ ରିଙ୍କୁ ପ୍ରଧାନ ଓ ପିଙ୍କୁ ପ୍ରଧାନକୁ ପୋଲିସ ଗିରଫ କରିଥିବା ବେଳେ ଗୁଟଖା ତିଆରି ମେସିନ, ସାମଗ୍ରୀ, କେମିକାଲ, ଗୁଟଖା ଓ ପଲିଥିନକୁ ଜବତ କରିଛି।

ganjam 2

ଏହି ସାମଗ୍ରୀ ତିଆରି କରି ବିଶେଷ କରି ଗ୍ରାମାଞ୍ଚଳ ଏବଂ ନିକଟସ୍ଥ ଗଜପତି ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ଗାଁରେ ବିକ୍ରି କରାଯାଉଥିବା ଜାଣିବାକୁ ପାଇଛି ପୋଲିସ। ଏହି ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.