ବ୍ରାଣ୍ଡ ଅସଲି ଜିନିଷ ନକଲି ; ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା’ପତି କାରଖାନା ଠାବ

କଟକ : ବ୍ରାଣ୍ଡ ଅସଲି, ଜିନିଷ ନକଲି । କଟକ ଜଗତପୁରରେ ସିଏମସିର ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଚା ପତି ଜବତ ହୋଇଛି । ନକଲି ଚା ପତି ସହିତ ଅନ୍ୟାନ୍ୟ ସରଞ୍ଜାମ ଠାବ ହୋଇଛି । ତିନୋଟି ବ୍ରାଣ୍ଡେଡ କମ୍ପାନୀର ଚା ପତି ଏଠାରେ ନକଲି ଭାବେ ତିଆରି ହୋଇ ବଜାରରେ ବିକ୍ରି ହେଉଥିଲା ।

ସୂଚନା ଅନୁସାରେ, ଜଗତପୁର ଲକ୍ଷ୍ମଣପୁରରେ ଚାଲିଥିଲା ଜବରଦଖଲ ଉଚ୍ଛେଦ। ଏହି ସମୟରେ ନକଲି ଚା’ପତି କାରଖାନା ଠାବ ହୋଇଛି । ନକଲି ଚା’ପତି ସହିତ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ଠାବ ହୋଇଛି। ତିନୋଟି ବ୍ରାଣ୍ଡେଡ କମ୍ପାନୀର ଚା ପତି ଏଠାରେ ନକଲି ଭାବେ ତିଆରି ହୋଇ ବଜାରରେ ବିକ୍ରି ହେଉଥିଲା । ଜବରଦଖଲ ଉଚ୍ଛେଦ ବେଳେ ଏକ ଘରେ ନକଲି ଚା ପତି ତିଆରି ହେଉଥିବା ଜଣାପଡିଥିଲା । ସିଏମସି ଏକ ଟିମ୍‍ ପହଞ୍ଚି ବିପୁଳ ପରିମାଣରେ ନକଲି ଚା ପତି ସବୁ ଜବତ କରିଛନ୍ତି। କିଏ ଏହି କାରବାର ଚଳାଇଥିଲା ଜାଣିବା ପାଇଁ ତଦନ୍ତ ଜାରି ରହିଛି ।

You might also like