ବାରବାଟୀରେ ଡୁପ୍ଲିକେଟ୍ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼, ଦେଖିଲେ ଆଖି ଖାଇଯିବ ଧୋକା

କଟକ : ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ । ପ୍ରସ୍ତୁତ ବାରବାଟୀ, ପ୍ରସ୍ତୁତ ଉଭୟ ଟିମ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ଆଜି ଅପରାହ୍ନ ଦିନ ଗୋଟାଏରୁ କମ୍ପିବ କଟକ । ଏହାରି ଭିତରେ ବାରବାଟୀରେ ମ୍ୟାଚ ଦେଖିବା ଲାଗି ଦେଶ ବିଦେଶରୁ ଦର୍ଶକ ଆସିଛନ୍ତି। ଖେଳ ଦେଖିବାକୁ ମନାଲିରୁ ଆସିଛନ୍ତି ବିରାଟ କୋହଲିଙ୍କ ଭଳି ଦେଖିବାକୁ ହ୍ୟାରି କୋହଲି । ହ୍ୟାରିଙ୍କୁ ଦେଖି ଦର୍ଶକ ମାନେ ଗୋଟିଏ ଜାଗାରେ ଭିଡ ଜମାଇଲେ । ପକେଟରୁ ଫୋନ୍ କାଢି ସେଲ୍ଫି ନେଉଥିଲେ… କିଏ କହୁଥିଲା ବିରାଟ୍ ଜି ପ୍ଲିଜ ଏକ ଫଟୋ ଦିଜିଏନା… ତ ପୁଣି କିଏ କହୁଥିଲା ପ୍ଲିଜ୍ ପ୍ଲିଜ ଏକ ସେଲ୍ଫି… ଗହଳିଠୁ ଦୂରରେ ଥିବା ଦର୍ଶକ ଭାବୁଥିଲେ ବାରବାଟୀରେ ହଠାତ୍ ଷ୍ଟାଡିୟମ ବାହାରକୁ ଚାଲି ଆସିଲେ କି ବିରାଟ୍ ?
ଏପଟେ ସକାଳୁ ସକାଳୁ କ୍ରିକେଟ ପ୍ରେମୀ ଇଣ୍ଡିଆ ଟିମ୍ ଜର୍ସି ପିନ୍ଧି ମୁହଁରେ ତ୍ରିରଙ୍ଗା ଆଙ୍କି ହାତରେ ଜାତୀୟ ପତାକା ଧରି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ଉତ୍ସାହିତ ଅଛନ୍ତି । ୪୫ ହଜାର ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଭିତରେ ବ୍ୟବସ୍ଥା ହୋଇଛି। ଷ୍ଟାଡିୟମ୍ର କୌଣସି ଗ୍ୟାଲେରୀକୁ ଯିବାବେଳେ ଦର୍ଶକ କେବଳ ମୋବାଇଲ୍ ଫୋନ୍ ଓ ମନିପର୍ସରେ ନୋଟ୍ ନେଇ ଯାଇପାରିବେ । ପର୍ସରେ କଏନ୍ ବା ଖୁଚରା ପଇସା ନେଇପାରିବେ ନାହିଁ । କୌଣସି ପ୍ରକାର ଖାଦ୍ୟ ଓ ପାଣି ବୋତଲକୁ ଦର୍ଶକ ସାଙ୍ଗରେ ନେଇଯାଇ ପାରିବେ ନାହିଁ ବୋଲି କୁହାଯାଇଛି ।
ଆହୁରି ପଢ଼ନ୍ତୁ : ଆଉ କିଛି ସମୟ ପରେ ଆରମ୍ଭ ହେବ ବାରବାଟୀ ମହାସମର, ଏବେଠୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଖଚାଖଚ ଭିଡ଼