ଝାଟି ମାଟି ଘରେ ବନାଯାଉଥିଲା ବିଦେଶୀ ମଦ, ରାତି ଅଧରେ ଯାଇ ଛାପା ମାରିଲା ଅବକାରୀ ବିଭାଗ

ସୋର : ଆହୁରି ପିଅନ୍ତୁ ମଦ । ଦୋକାନ ଯାଇ ଦେଖାଇ ଲୁଚାଇ ଯେତେ ପାରୁଛନ୍ତି ମଦ ପିଅନ୍ତୁ । ମଦ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବି ଜାଣି ବି ଯଦି ଆପଣ ପିଉଛନ୍ତି, ତାହେଲେ ଆହୁରି ପିଅନ୍ତୁ । ଆଉ ନିଜ ମୃତ୍ୟୁକୁ ନିମନ୍ତ୍ରଣ କରନ୍ତୁ । ନିଜ ଘରକୁ ଉଜାଡି ଦିଅନ୍ତୁ । ଯେତେ ଯାହା ହେଉ ପଛେ ଆପଣ ମଦ ପିଅନ୍ତୁ । ମଦ ପିଇବା ବନ୍ଦ କରନ୍ତୁନି । କାହିଁକି ବନ୍ଦ୍ କରିବେ, ଏହା ଆପଣଙ୍କୁ ଚିନ୍ତାମୁକ୍ତ କରଉଛି ନା, ମନୋରଞ୍ଜନର ବାଟ ବାହାର କରିଦେଉଛି, ତେଣିକି ନିଜର ଜୀବନ ଯାଉ ପଛେ, ଘର ଉଜୁଡି ଯାଉ ପଛେ । ଛୁଆ ପିଲା ଉପାସ ରୁହନ୍ତୁ ପଛେ । ଆପଣ କିନ୍ତୁ ମଦ ପିଅନ୍ତୁ ।
କିନ୍ତୁ ତାପୂର୍ବରୁ ଆପଣଙ୍କୁ ଏ ଚିତ୍ର ଦେଖାଇବୁ । ଯାହାକୁ ଦେଖି ଆପଣ ଚିନ୍ତା କରିବେ ଆଉ ମଦ ପିଇବେ କି ନାହିଁ । ଦେଖନ୍ତୁ ଏ ଘରକୁ । ଏଠି ଚାଲିଛି ନକଲି ମଦ ପ୍ରସ୍ତୁତି । ଅବିକଳ ଅସଲି ଭଳି ଦେଖାଯାଉଥିବା ଷ୍ଟିକର, ବୋତଲ, କ୍ୟାପ୍ ଏବଂ ମଦ ବି । ହେଲେ ଏସବୁ ହେଉଛି ନକଲି, ଯାହା ଆପଣଙ୍କୁ ଦୋକାନରେ ଅସଲି କହି ବିକ୍ରି କରାଯାଉଛି । ଆପଣ ତାକୁ ଢ଼କ ଢ଼କ କରି ପିଇଯାଉଛନ୍ତି ।
ତେବେ ଶୁଣନ୍ତୁ ଏ ବ୍ୟକ୍ତି ଜଣଙ୍କ କଣ କହୁଛନ୍ତି, ଯେତେବେଳେ ତାଙ୍କୁ ପଚରାଗଲା ଏଠି କଣ ଚାଲିଛି ବୋଲି । ଶୁଣିଲେ ତ, ବ୍ୟକ୍ତି ନିଜେ କହୁଛନ୍ତି ଯେ ଏଠି ୪ ମାସ ହେଲା ଚାଲିଛି ଡୁପ୍ଲିକେଟ୍ ମଦ ତିଆରି । ମଦକୁ ଏହି ଘରେ କରାଯାଉଥିଲା ଅପମିଶ୍ରଣ । କିଛି ପିଲାଙ୍କୁ ଏହି ଘରେ ରଖି ମାଲିକ ଏଠି ବନାଉଥିଲା ଡୁପ୍ଲିକେଟ୍ ମଦ । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ପଣ୍ଡା ଶୁଣି ପଞ୍ଚାୟତ ନିଳକଣ୍ଠପୁର ଗ୍ରାମର ସୁବାସ ନାୟକଙ୍କ ଘରେ ଚୋରାରେ ନକଲି ମଦ ତିଆରି ହେଉଥିବାବେଳେ ଜଳେଶ୍ଵରର ସେଟ୍ ଲାଇଟ୍ ଅବକାରୀ ଟିମର ଇନ୍ସପେକ୍ଟର ଲକ୍ଷେ ସାଧବ ପ୍ରଧାନ, ଗୋପାଳପୁର ଅବକାରୀ ଥାନା ଅଧିକାରୀ ସତ୍ୟ ସୁନ୍ଦର ମଲ୍ଲିକ ସହ ୧୦ ଜଣିଆ ଅବକାରୀ ଦଳ ରାତିରେ ଚଢ଼ାଉ ଆରମ୍ଭ କରିଥିଲେ।
ଯାହାକି ନକଲି ମଦ ତିଆରି କରୁଥିବା ସୁବାସ ନାୟକକୁ ଅବକାରୀ ପୁଲିସ ଗିରଫ କରିଛନ୍ତି । ଧରାପଡ଼ିଥିବା ସୁବାସ କହିବାନୁସାରେ ଅନନ୍ତପୁର ଅଞ୍ଚଳର ବିଦେଶୀ ମଦ ବ୍ୟଵସାୟୀ ନକଲି ମଦ ତିଆରିପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗଆଇଦେଇଥିଵା ର ଟିମ ଜାଣିବାକୁ ପାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତଅବକାରୀ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ସବୁ କଥା ତ ଶୁଣିଲେ, ଏବେ ଆପଣ କଣ କରିବେ । ଏମିତି ବିଷ ପିଇ ନିଜକୁ ମାରିବେ ନା, ନା ମଦ ଛାଡିବେ ।