ଲାଲ୍‌ବାହିନୀର ବର୍ବରକାଣ୍ଡ, ଛତିଶଗଡ଼ ଦାନ୍ତେଓ୍ଵାଡ଼ାରେ ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତ ସାହୁଙ୍କ ସମେତ ୩ ଜଣଙ୍କୁ ହତ୍ୟା

ଛତିଶଗଡ଼(କେନ୍ଯୁଜ୍) : ଗଣମାଧ୍ୟମ ଉପରେ ନକ୍ସଲ ଆକ୍ରମଣ। ଛତିଶଗଡ଼ ଦାନ୍ତେଓ୍ଵାଡ଼ାରେ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ଙ୍କୁ ହତ୍ୟା କରିଛନ୍ତି ଲାଲ୍‌ବାହିନୀ। ମୃତ କ୍ୟାମେରାମ୍ୟାନ୍‌ ଓଡ଼ିଶାର ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଲୋଇସିଂହାରେ ହୋଇଥିବାବେଳେ ସୋନପୁରର ବିରମହାରାଜପୁରରେ ନିଜ ପରିବାର ସହ ରହୁଥିଲେ । ତାଙ୍କ ସମେତ ୩ ଜଣଙ୍କୁ ହତ୍ୟା କରିଛନ୍ତି । ଆକ୍ରମଣରେ ୨ ଜଣ ଯବାନ୍ ସହିଦ୍‌ ହୋଇଥିବା ସୂଚନା ମିଳିଛି। ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

naxalଦାନ୍ତେଓ୍ଵାଡ଼ା ଜିଲ୍ଲା ଆରନପୁର ନିକଟରେ ଏହି ଆକ୍ରମଣ ହୋଇଛି। ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ମାଓବାଦୀଙ୍କ ଆମ୍ବୁସ୍‌ରେ ଫସିଯାଇଥିଲେ ଯବାନ୍‌। ଯବାନଙ୍କ ସହ ଥିଲା ଦୂରଦର୍ଶନ ଟିମ୍‌। ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଛତିଶଗଡ଼ ଡିଆଇଜି ପି. ସୁନ୍ଦରରାଜ ଏନେଇ ସୂଚନା ଦେଇଛନ୍ତି।

ଆସନ୍ତା ନଭେମ୍ବର ୧୨ ଓ ୨୦ ତାରିଖରେ ଛତିଶଗଡ଼ରେ ସାଧାରଣ ନିର୍ବାଚନ ହେବ । ଏହା ପୂର୍ବରୁ ଏଠାରେ ନକ୍ସଲଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଡିଆଇଜି ସୁନ୍ଦର ରାଜନ କହିଛନ୍ତି ଯେ ନିର୍ବାଚନ ଖବର ସଂଗ୍ରହ ପାଇଁ ପୋଲିସ୍ ଟିମ୍ ସହିତ ଦୂରଦର୍ଶନର ଟିମ୍ ନକ୍ସଲ ଅଧ୍ୟୁଷିତ ଅଞ୍ଚଳକୁ ଯାଇଥିଲେ । ଦାନ୍ତେୱାଡ଼ାର ଅରନପୁର ଗାଁ ନିକଟ ଜଙ୍ଗଲରେ ପହଞ୍ଚିଥିବା ବେଳେ ଆକ୍ରମଣ ହୋଇଥିଲା । ଏଥିରେ ଅଚ୍ୟୁତାନନ୍ଦଙ୍କ ସମେତ ଏସ୍ଆଇ ରୁଦ୍ର ପ୍ରତାପ, ସହକାରୀ କନେଷ୍ଟବଳ ମଙ୍ଗଳୁଙ୍କର ମୃତ୍ୟୁ ହୋଇଥିଲା ।

ତିନି ଦିନ ପୂର୍ବରୁ ନକ୍ସଲମାନେ ସିଆରପିଏଫର ୪ ଜଣ ଯବାନଙ୍କୁ ହତ୍ୟା କରିଥିଲେ ।

ସେପଟେ ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ଦୂରଦର୍ଶନର ଓଡ଼ିଆ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତ କ୍ୟାମେରାମ୍ୟାନ୍‌ ଓଡ଼ିଶାର ଅଚ୍ୟୁତାନନ୍ଦ ସାହୁ।