ଆସୁଛନ୍ତି ମହାମାୟା: ଆଜି ପୀଠରେ ସପ୍ତମୀ, ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା

ଯାଜପୁର : ପୀଠେ ସପ୍ତମୀ, ମଣ୍ଡପେ ଷଷ୍ଠୀ । ନବରାତ୍ର ଅବସରରେ ଚଳଚଞ୍ଚଳ ଶକ୍ତି ପୀଠ । ଆଜି ପୀଠରେ ମାଆଙ୍କ ସପ୍ତମୀ ଥିବାବେଳେ ମଣ୍ଡପୀ ଷଷ୍ଠୀ ପୂଜା ପାଳିତ ହେଉଛି ।   ବିରଜା ପୀଠରୁ ଆରମ୍ଭ କରି ଚର୍ଚ୍ଚିକା ସବୁଠି ଆରମ୍ଭ ହୋଇଯାଇଛି ମହାଯଜ୍ଞ । ଏଥି ପାଇଁ ଉତ୍ସବ ମୁଖର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ବଡ଼ି ଭୋରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମାଙ୍କ ସ୍ନାନ କରାଯାଇଛି ।

ନବରାତ୍ର ଅବସରରେ ନଅ ଦିନ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ। ଏଥିପାଇଁ ସକାଳୁ ହଜାର ହଜାର ସଂଖ୍ୟକ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ରାତ୍ର ରେ ହୋମ ଯଜ୍ଞ ସହ ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦ ଠାରୁ ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି ।

ଆସନ୍ତା ମଙ୍ଗଳ ବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସମଗ୍ର ପୁରପଲ୍ଲୀ ।

 

ଆହୁରି ପଢ଼ନ୍ତୁ : ପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରୁଟ ଦେଇ ଯିବା ମନା