ହାଇକୋର୍ଟରେ ଦୁର୍ଗା ପୂଜା ମାମଲାର ଆଜି ହେବ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମାମଲାର ଆଜି ହେବ ଶୁଣାଣି। ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମାକୁ ଚଲେଞ୍ଜ କରି ହାଇକୋର୍ଟରେ ରୁଜ୍ଜୁ ମାମଲାର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ହେବ ଏହି ଶୁଣାଣି। ସମସ୍ତ ପୂଜା ମଣ୍ଡପ ୪ଫୁଟ ମଧ୍ୟରେ ମୂର୍ତ୍ତି କରିବାକୁ ପୋଲିସ କମିଶନର ଗତ ୧୭ ତାରିଖରେ ଦେଇଥିଲେ ନିର୍ଦ୍ଦେଶ। ଗତ ୩୦ ତାରିଖରେ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଶୁଣାଣି ହୋଇଥିବା ବେଳେ ପୋଲିସ କମିଶନରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଥିଲା।

ତେବେ ପୋଲିସ କମିଶନରଙ୍କ ପକ୍ଷରୁ ସାନି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ୯ ତାରିଖ ସୁଦ୍ଧା ଏହି ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ବାଲୁବଜାର ପୂଜା କମିଟି ସମେତ ଅନ୍ୟ ତିନୋଟି ପୂଜା କମିଟି ପୋଲିସ କମିଶନରଙ୍କ ୪ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଚାରୋଟି ଯାକ ମାମଲାର ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.