ପୁରୀରେ ଅଭିନବ ଢଙ୍ଗରେ ପାଳନ ହେଉଛି ଦୁର୍ଗାପୂଜା, ଆସନ୍ତାକାଲି ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହେବ ଗୋଷାଣୀଯାତ

ପୁରୀ: ଶାରଦୀୟ ଦୁର୍ଗାପୂଜା ପୁରୀରେ ଅଭିନବ ଢଙ୍ଗରେ ପାଳନ କରିବାର ପରମ୍ପରା ରହିଛି। ପୁରୀରେ ଥିବା ବିଭିନ୍ନ ପୁରାତନ ସାହି ଓ ଜାଗା ଆଖଡାରେ ମୃଣ୍ମୟ ଦୁର୍ଗା ମୂର୍ତ୍ତି ଗୁଡ଼ିକୁ ନିର୍ମାଣ ହୋଇଥାଏ। ଏହି ମୂର୍ତ୍ତିଗୁଡ଼ିକ ଗୋଷାଣୀ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଗୋଷାଣୀଗୁଡ଼ିକୁ ବାରବାଟୀ, ହରଚଣ୍ଡୀ , ଜହ୍ନିଖାଇ , କାକୁଡ଼ିଖାଇ ଭାବେ ନାମିତ କରାଯାଇ ପୂଜା କରିବାର ବିଧୀ ରହିଛି। ପୁରାତନ ସାହି ଗୁଡ଼ିକରେ ରଙ୍ଗବେରଙ୍ଗ ଆଲୋକମାଳାରେ ପୂଜାମଣ୍ଡପ ଗୁଡ଼ିକ ସଜ୍ଜିତ କରାଯାଇଛି। ପର୍ଯ୍ୟାୟ କ୍ରମେ ନାଗମୂର୍ତ୍ତି ମଧ୍ୟ ବିଭିନ୍ନ ସାହି ପକ୍ଷରୁ ନିର୍ମାଣ କରାଯାଇଥାଏ। ସେହିପରି ଶିବ ମୂର୍ତ୍ତି, ଶୂନ୍ୟ ଗୋଷାଣୀ ପ୍ରଭୁତି ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ବିଶେଷ କରି ଦଶହରା ପରଦିନ ଭଷାଣୀ ଉତ୍ସବ ପୂର୍ବରୁ ସମସ୍ତ ମୃଣ୍ମୟ ମୂର୍ତ୍ତିକୁ ସିଂହଦ୍ୱାରଠାରେ ଏକାଠି କରାଯାଇ ଗୋଷାଣୀଯାତ ଅନୁଷ୍ଠିତ ହୋଇଥାଏ। ଗୋଷାଣୀ ଯାତରେ ହଜାର ହଜାର ଭକ୍ତ ଏକତ୍ରିତ ହୋଇଥାନ୍ତି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.