ଆଜି ମଣ୍ଡପରେ ଦୁର୍ଗତିନାଶିନୀଙ୍କର ମହାନବମୀ, ପୀଠରେ ଦଶମୀ ପୂଜା

ଭୁବନେଶ୍ୱର : ଚାରିଆଡ଼େ ଆଧ୍ୟାତ୍ମିକତାର ମହମହ ବାସ୍ନା । ଚାଲିଛି ମହାମାୟାଙ୍କ ମହାପୂଜା । ଚଣ୍ଡୀପାଠ ଓ ମନ୍ତ୍ରୋଚାରଣରେ ଗଗନପବନ ମୁଖରିତ। ଘଣ୍ଟ, ଘଣ୍ଟା, ହୁଳହୁଳିରେ କମ୍ପୁଛି ଚାରିଆଡ଼ । ଆଜି ମଣ୍ଡପରେ ମାଆ ଜଗଜ୍ଜନନୀଙ୍କ ମହାନବମୀ ଓ ପୀଠରେ ଦଶମୀ ପୂଜା। ଷୋଡ଼ଶ ଉପଚାରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ସକାଳୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମୃଣ୍ମୟୀ ମୂର୍ତ୍ତି ଗୁଡିକ ଯେମିତି ମନଲୋଭା ହୋଇଛି, ତୋରଣ ଓ ସାଜସଜ୍ଜା ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଛି ।  ପରିବାର ସହ ପୂଜା ମଣ୍ଡପ ଗୁଡିକ ବୁଲୁଛନ୍ତି ଲୋକେ । ପୂଜା ପାଇଁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ଆଖିଝଲସା ତୋରଣ ନିର୍ମାଣ କରାଯାଇଛି । ସେହିପରି କଟକର ବିଭିନ୍ନ ପୂଜା ମଣ୍ଡପରେ ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like