ପୁରୀରେ ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ବୈଠକ,ଏହି ସବୁ ନିୟମ ମାନି ହେବ ପୂଜା

ପୁରୀ(କେନ୍ୟୁଜ୍): ପୁରୀରେ ଶାରଦୀୟ ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ବୈଠକ । ସମସ୍ତ ପୂଜା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ପୂଜାମଣ୍ଡପ ୩ ପାର୍ଶ୍ୱ ବନ୍ଦ ରଖାଯିବ ଏବଂ ସମ୍ମୁଖ ପାର୍ଶ୍ୱ୍ଵ ପରଦା ଦ୍ଵାରା ଢଙ୍କାଯିବ । ଡାକବାଜି ଯନ୍ତ୍ର, ଶୋଭାଯାତ୍ରା, ଭୋଜିଭାତ, ମନୋରଞ୍ଜନ କାର୍ଯ୍ୟକ୍ରମ ମନା । ଭକ୍ତଙ୍କୁ ମଣ୍ଡପ ନିକଟରେ ପୂଜା ଓ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି । ସେହିପରି ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ସୀମିତ ରହିବ । ପୂଜକଙ୍କ ସମେତ କେବଳ ୭ ଜଣ କର୍ମକର୍ତ୍ତାଙ୍କୁ ପୂଜା ମଣ୍ଡପରେ ରହିବାକୁ ଅନୁମତି ଦିଆଯିବ । ପ୍ରତ୍ୟେକଙ୍କୁ ପରିଚୟପତ୍ର ପ୍ରଦାନ ବ୍ୟବସ୍ଥା ସହ ମଣ୍ଡପ ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ଏସପି କହିଛନ୍ତି ।

ପ୍ରତି ମଣ୍ଡପରେ ସଫେଇ ସହ ଆବଶ୍ୟକ ସ୍ଥଳେ ଆଲୋକୀକରଣ ବ୍ୟବସ୍ଥା କରାଯିବ । ମଙ୍ଗଳାଘାଟ ନିକଟରେ ବିସର୍ଜନ ନିମନ୍ତେ କୃତ୍ରିମ ପୋଖରୀ ପାଖରେ ଆବଶ୍ୟକ ବନ୍ଦୋବସ୍ତ କରାଯିବ । ସେହିପରି ପରମ୍ପରାକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ସମୁଖରେ ଗୋଷାଣୀ ଯାତ୍ରା ବେଳେ ଦେବ ସଭାକୁ ଅନୁମତି ଦିଆଯାଇଛି । ପ୍ରତ୍ୟେକ ପୂଜା ମଣ୍ଡପ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରୀୟ ରିପୋର୍ଟ ପ୍ରଦାନ କରିବାକୁ ସମ୍ପୃୃକ୍ତ ଥାନା ଅଧିକାରୀଙ୍କୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.