ଆଜି ପୂଜା ମଣ୍ଡପରେ ମାଆଙ୍କ ମହାସପ୍ତମୀ, ଶକ୍ତିପୀଠରେ ଚାଲିଛି ମହାଷ୍ଟମୀ ପୂଜା

ଭୁବନେଶ୍ବର(କେନ୍ଯୁଜ୍) : ମାଆ ଜଗଜ୍ଜନନୀଙ୍କ ଆବାହନ ପାଇଁ ଉତ୍ସବମୁଖର ପରିବେଶ । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ପୂଜା ମଣ୍ଡପରେ ଆଜି ମାଆଙ୍କ ମହାସପ୍ତମୀ । ଦେବୀଙ୍କ ଚକ୍ଷୁଦାନ କରାଯିବ । ରୀତିନୀତିରେ ମହିଷାମର୍ଦ୍ଦିନଙ୍କର ପୂଜାର୍ଚ୍ଚନା କରାଯାଉଛି । ଘଣ୍ଟଘଣ୍ଟା, ମୃତଙ୍ଗରେ କମ୍ପୁଛି ପୂଜା ମଣ୍ଡପ । ଭାସି ଆସୁଛି ମନ୍ତ୍ରଧ୍ୱନି । ପୂଜା ମଣ୍ଡପରେ ସୁଉଚ୍ଚ ତୋରଣରେ ଲାଖି ଯାଉଛି ଆଖି । ଝଲସୁଛି ପୂଜା ମଣ୍ଡପ । କଟକ ଓ ଭୁବନେଶ୍ୱରରେ ଶତାଧିକ ମଣ୍ଡପରେ ପୂଜା ପାଇବେ ମାଆ ଦୁର୍ଗା । ସେପଟେ ଆଜି ଶକ୍ତିପୀଠରେ ମହାଷ୍ଟମୀ । ଶକ୍ତିପୀଠରେ ଷୋଡ଼ଶ ଉପଚାରରେ ଶକ୍ତିମୟୀଙ୍କ ପୂଜା ଚାଲିଛି । ଦୁର୍ଗାପୂଜାକୁ ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.