Categories: ରାଜ୍ୟ

ଦୁର୍ଗାପୂଜା ପାଇଁ ସଜେଇ ହେଲାଣି ସିଲିଭର ସିଟି, ମୂର୍ତ୍ତିକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ପୂଜା ମଣ୍ଡପର ପ୍ରୟାସ

କଟକ (କେନ୍ଯୁଜ୍) : ଦଶହରା ପାଇଁ ସଜେଇ ହେଲାଣି କଟକର ବିଭିନ୍ନ ପୂଜା ମଣ୍ଡପ । ଅଳଙ୍କାର ତିଆରିରେ ବ୍ୟସ୍ତ କରିଗର । କେଉଁ ମଣ୍ଡପ ମାଆଙ୍କ ପାଇଁ ସୁନାର ମୁକୁଟ ତିଆରି କରୁଛି ତ ଆଉ କିଏ ମେଢରେ ଲାଗୁଥିବା ନୂଆ କଲିକା ପ୍ରସ୍ତୁତ କରୁଛି । ମାଆ ଦୁର୍ଗାଙ୍କ ମୃମୟୀ ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ଲାଗିପଡ଼ିଛନ୍ତିି କାରିଗରମାନେ ।

ଚାଲିଛି ସୁନା ଅଳଙ୍କାର ତିଆରି । ଦଶହରାରେ ମାଆଙ୍କୁ ସଜାଇବା ପାଇଁ ବ୍ୟସ୍ତ ଅଛନ୍ତି କାରିଗର । ହାତରେ ତିଆରି କରୁଛନ୍ତି ସୂକ୍ଷ୍ମ କାରୁକାର୍ଯ୍ୟ । ଦଶହରା ପର୍ବକୁ ନେଇ ସଜବାଜ ହେଲାଣି କଟକ ସହର । ପ୍ରତିବର୍ଷ ରୂପା ମେଢରେ ଝଲସୁଥିବା କଟକ ଖାନନଗର ପୂଜା ମଣ୍ଡପ ଏଥର ମା ଦୁର୍ଗାଙ୍କୁ ସୁନାରେ ସଜାଇବାକୁ ପ୍ରୟାସ କରୁଛି । ୩ କିଲୋ ସୁନାରେ ମୟୂର ଡିଜାଇନରେ ମାଆଙ୍କ ପାଇଁ ମୁକୁଟ ତିଆରି କରାଯାଉଛି ।

କଟକର ଚୌଧୁରୀ ବଜାର ପୂଜା ମଣ୍ଡପ ପ୍ରଥମେ ମାଆଙ୍କ ପାଇଁ ସୁନା ଅଳଙ୍କାର ତିଆରି କରିଥିଲା । ପରେ ସୁନାର ମେଢ ମଧ୍ୟ ପ୍ରସ୍ତୁତି କରିଥିଲା । ଏଥର ଚୌଧୁରୀ ବଜାର ପୂଜା ମଣ୍ଡପରେ ନୂତନ ସୁନାର କାରୁକାର୍ଯ୍ୟ ଦେଖିବାକୁ ମିଳିବ । ଦୁର୍ଗାପୂଜା ନେଇ କାରିଗରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପଟେ ମାଆଙ୍କ ଆଗମନକୁ ଅପେକ୍ଷା କରିରହିଛନ୍ତି ଭକ୍ତମାନେ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

13 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

21 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

28 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

36 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

38 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

46 mins ago